ଭବାନୀପାଟଣା– ଭବାନୀପାଟଣାର ଟାଉନ ୍ ଥାନା ଅଧିନସ୍ଥ ରାମସାଗରପଡାରେ ରହୁଥିବା ଟାଉନ୍ ଥାନାରେ କାର୍ଯ୍ୟରତ ଏଏସଆଇ ଟଙ୍କଧର ଜାଲଙ୍କ ପତ୍ନୀ ଆଜି ସକାଳେ ଗ୍ୟାସ୍ ଟାଙ୍କିରେ ରେଗୁଲେଟର ଲଗାଇବା ବେଳେ ଟାଙ୍କି ଫାଟି ସେ ଓ ନିକଟରେ ଥିବା ତାଙ୍କ ପୁଅ ଗୁରୁତର ହୋଇଥିଲେ । ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଗୁରୁତର ଅସ୍ଥାରେ ଉଦ୍ଧାର କରିଥିଲା । ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।
Related Stories
November 23, 2024