

ରାଉରକେଲା– ରାଉରକେଲା ନିକଟ ତଥା ବିଶ୍ରା ବ୍ଲକ ଅଂଚଳରେ ଆଜି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ଏହି ୨ଜଣ ବିଶ୍ରାର ଆସିଆନା କଲୋନୀର ବୋଲି କୁହାଯାଇଛି । ନିକଟରେ ଯାଇଥିବା ରକ୍ତ ନମୁନାର ରିପୋର୍ଟ ଆସିବା ପରେ ଏହା ଜଣା ପଡିଥିବା ସୂଚନା ମିଳିଛି । ତେବେ ଏହି ଘଟଣା ଜଣା ପଡିବା ପରେ ଆଜି ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ସେ ଅଂଚଳକୁ ଗସ୍ତ କରି ସେହି କଲୋନୀ ପାଖା ପାଖି ୫ଟି ଅଂଚଳକୁ ନସିଦ୍ଧାଚଂଳ ଭାବେ ଘୋଷଣା କରାଯାଇ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ଜଣା ପଡିଛି । ସେହି ଅଂଚଳ ଗୁଡିକ ହେଲା ଜରେଇକେଲା ବସଷ୍ଟପରୁ ପୁରୁଣା ବଜାର, ପୁରୁଣା ବଜାରରୁ ରେଳବାଇ ବୁଡେଲ ଯୋର, ରେଳବାଇ ଇଲାକା ବୁଡେଲେଯାର ଠାରୁ ନୂଆ ବସ୍ତି, ନୂଆ ବସ୍ତି ଠାରୁ ଭାରତ ପେଟ୍ରୋଲ ପମ୍ପ, ପୁଣି ଏହି ପେଟ୍ରୋଲ ପମ୍ପରୁ ଜରେଇକେଲା ବସଷ୍ଟାଣ୍ଡ ଯାଏ ଅଂଚଳକୁ ନିସିଦ୍ଧାଂଚଳ ଅଂଚଳ ଭାବେ ଘୋଷଣା କରାଯାଇଛି । ସେହି ଅଂଚଳରେ ଗାଡି ଚଳ ପ୍ରଚଳ ବନ୍ଦ କରାଜିବା ସହ ଦୋକାନ ବଜାରକୁ ବନ୍ଦ କରାଯାଇଛି । ତେବେ ଏହି ଅଂଚଳ ବାସୀନ୍ଦା ସମ୍ପୂର୍ଣ୍ଣ ଭାବେ ଘରେ ରହିବେ, ସେମାନଙ୍କ ଲାଗି ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀ କିଭଳି ସେଠାରେ ପହଁଚିବ, ସେନେଇ ୭ଜଣ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ଦିଆଯାଇଛି ।
