ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ନାରା ଦେଇ ଦେଶ ତଥା ରାଜ୍ୟରେ ଲକ୍ ଡାଉନ୍ ଓ ଆଶିଂକ ସଡ୍ ଡାଉନ୍ ଜାରି ରହିଥିବା ବେଳେ ଗରିବ ପରିବାର ଗୁଡିକ ବହୁ ଅସୁବିଧାରେ ରହି ଆସୁଥିଲେ । ସେମାନଙ୍କୁ ସହଯୋଗର ହାତ ବଢ଼ାଇ ସହରର ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ସହାୟତାର ହାତ ବଢ଼ାଇ ଗରିବ ପରିବାରଙ୍କ ଘର ନିକଟରେ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲା । ଏହି ମର୍ମରେ ଗତ ମାସ ଶେଷ ସପ୍ତାହରୁ ଆରମ୍ଭକରି ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମର ୪୦ଟି ୱାର୍ଡ ଅଞ୍ଚଳରେ ଥିବା ଗରିବ ଓ ନିଷ୍ପେସିତ ପ୍ରାୟ ୯ହଜାରରୁ ଊର୍ଦ୍ଧ୍ୱ ପରିବାରକୁ ସେମାନଙ୍କ ଘର ନିକଟରେ ରାସନ ସାମଗ୍ରୀ ପହଞ୍ଚାଇ ଗରିବ ଗୁରୁବାଙ୍କ ଜହ୍ନମାମୁଁ ସାଜିଛି ବିଏମ୍ସି । ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ଏଭଳି ପ୍ରୟାଶକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ବେଳେ ଏହି ରାସନ ସାମଗ୍ରୀ ଯୋଗାଇବାରେ ସାମିଲ୍ ହୋଇଥିବା ସହରର ବହୁ ବ୍ୟବସାୟୀକ ପ୍ରତିଷ୍ଠାନ, ବୃଦ୍ଧିଜୀବୀ, ଶିଳ୍ପପତି ଓ ସହୃଦୟ ବ୍ୟକ୍ତିବିଶେଷ ବିଏମ୍ସିର ଏଭଳି ପରିଚାଳନା ଯୋଗୁ ସହରର ଗରିବ ଗୁରୁବାମାନଙ୍କ ନିକଟରେ ଏହି ରାସନ ସାମଗ୍ରୀ ପହଞ୍ôଚପାରୁଛି । ତେଣୁ ଆସନ୍ତା ଦିନମାନଙ୍କରେ ଆବଶ୍ୟକ ଅନୁଯାୟୀ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କମିଶନର ଶ୍ରୀ ରାଥୋଡ ନିଜ ପ୍ରତିକ୍ରିୟାରେ କହିଛନ୍ତି ।