
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– କରୋନାକୁ ନେଇ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି।ସେଥିପାଇଁ ଭଞ୍ଜନଗର ଉପଖଣ୍ଡର ୪ଟି ପ୍ରମୁଖ ପ୍ରବେଶ ପଥରେ ସି ସି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି।ଆଜି ବୁଗୁଡ଼ା ବ୍ଲକର କରସିଂ ଛକରେ ସି ସି କ୍ୟାମେରା ଲଗାଯିବା ସହ ସୋରଡ଼ା ବ୍ଲକର ଗାଜଲ ବାଡ଼ି, ଭଞ୍ଜନଗର ବ୍ଲକର ଦୁର୍ଗାପ୍ରସାଦ ଓ ତାରସିଂ ରେ ମଧ୍ୟ କ୍ୟାମେରା ଲଗାଯିବ।ସୀମା ଭିତରକୁ ପ୍ରବେଶ କରୁଥିବା ଗାଡ଼ିର ଡ୍ରାଇଭର ଓ ହେଲ୍ପର ର ପରିଚୟ ପତ୍ର ଯାଞ୍ଚ କରିବା ସହ ଉକ୍ତ ଗାଡ଼ିରେ ଯାତ୍ରୀ ପରିବହନ କଲେ ଚାଳକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି।