ନୂଆଦିଲ୍ଲୀ- 23 ମାର୍ଚ୍ଚ ପରଠାରୁ ରେଳପଥ ପକ୍ଷଣୁ ପାଖାପାଖି 6.75 ଲକ୍ଷ ୱାଗନ ସାମଗ୍ରୀ ପରିବହନ କରାଯାଇଛି ଏଗୁଡ଼ିକ ମଧ୍ୟରେ ରହିଛି 4.50 ଲକ୍ଷ ୱାଗନ ଜରୁରି ସାମଗ୍ରୀ ଯେପରିକି ଖାଦ୍ୟଶସ୍ୟ, ଲୁଣ, ଚିନି, ଖାଇବା ତେଲ, କୋଇଲା ଏବଂ ପେଟ୍ରୋଲିୟମ ଉତ୍ପାଦ । 2 ରୁ 8 ଏପ୍ରିଲ ଲକଡାଉନ ମଧ୍ୟରେ ରେଳପଥ ପକ୍ଷରୁ 258503 ୱାଗନ ସାମଗ୍ରୀ ପରିବହନ କରାଯାଇଥିବା ବେଳେ ଏଥିମଧ୍ୟରୁ 155512 ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।