ପୁରୀ– କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍କୁ ଶନିବାର ସକାଳୁ ବିଶୋଧନ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ସୋଡ଼ିୟମ୍ ହାଇପୋକ୍ଲୋରାଇଡ୍ ମିଶ୍ରିତ ପାଣିକୁ ସିଂଚନ କରାଯାଇ ଶ୍ରୀମନ୍ଦିର ଚାରି ଦ୍ୱାର ଓ ଚର୍ତୁପାଶ୍ୱର୍ ରାସ୍ତାକୁ ବିଶୋଧନ କରାଯାଇଛି ।
ବିଶ୍ୱ ମହାମାରୀ କରୋନା ଭାଇରସ୍ ର କରାଳ କାୟାରୁ ଶ୍ରୀ ମନ୍ଦିର ଓ ସେବାୟତଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ବିଶୋଧନ କରାଯାଇଛି ବୋଲି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ସମାପନ ହୋଇଥିଲା ।
ଏଥିରେ ଅଗ୍ନିଶମ ବିଭାଗ, ପୋଲିସ ଓ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏଥି ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଲେରା ମେଡ଼ିକାଲ, ଗୋପବନ୍ଧୁ ଆୟୁର୍ବେଦ କଲେଜ ଓ ହସ୍ପିଟାଲର ଭିତର ଏବଂ ବାହାରକୁ ବିଶୋଧିତ କରାଯାଇଥିଲା ।