ନୂଆଦିଲ୍ଲୀ– ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ହେବାକୁ ଥିବା ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ ଡାଲି ଓ ତୈଳବୀଜ କ୍ରୟ ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି । କ୍ରୟ ଆରମ୍ଭ ହେବା ତାରିଖ ଠାରୁ 90 ଦିନ ପର୍ଯ୍ୟନ୍ତ ଏହା ଚାଲିବ। କ୍ଷଣସ୍ଥାୟୀ କୃଷି ଉତ୍ପାଦ ଏବଂ ଉଦ୍ୟାନ ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କରିବା ଲାଗି ବଜାର ହସ୍ତକ୍ଷେପ ଯୋଜନାର ବିସ୍ତୃତ ବିବରଣୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ପକ୍ଷରୁ ବାଣ୍ଟି ଦିଆଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ କୁହାଯାଇଛି ଯେଉଁଥିରେ ଭାରତ ସରକାର 50 ପ୍ରତିଶତ (ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ 75 ପ୍ରତିଶତ) ଭାରତ ସରକାର ବହନ କରିବେ ।
Related Stories
November 23, 2024