ଭୁବନେଶ୍ୱର ।  କୋବିଡ-୧୯  ପରୀକ୍ଷା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ  ନମୂନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ  ହୋଇଛି । ରାଜଧାନୀର ପାଂଚଟି ସ୍କୁଲରେ ମେଡିକାଲ ଟିମ ସଂଦିଗ୍ଧ ମାନଙ୍କ ଠାରୁ ନମୂନା ସଂଗ୍ରହ କରୁଥିବା ଜଣା ପଡିଛିା
ରାଜଧାନୀର ଝାରପଡା ପ୍ରାଥମିତ ବିଦ୍ୟାଳୟ,ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହୀଦନଗର ସରକାରୀ ହାଇସ୍କୁଲ,  ଗଣ୍ଡ ମୁଣ୍ଡା ୟୁଜି  ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲି ହାଇସ୍କୁଲରେ ଏହି ନମୂନା ପରୀକ୍ଷଣ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରା ଯାଇଛି । ମେଡିକାଲ ଟିମର ଏପରି ନମୁନା ସଂଗ୍ରହ ପ୍ରକ୍ରିୟା ୧୭ ତାରିଖ ଯାଏ ଚାଲିବ । ଏ ସମ୍ପର୍କରେ ଶୁକ୍ରବାର ଦିନ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଖୋର୍ଧା ଜିଲ୍ଲା ଶିକ୍ଷା  ଅଧିକାରୀଙ୍କୁ  ପତ୍ର ଲେଖିଥିଲେ ।
 ଏହି ସମୁୟରେ ସ୍କୁଲରେ ଦୁଇ ଜଣ ଶିକ୍ଷକ  ଜଣେ ସ୍ୱିପର ଓ ଜଣେ ବାଚମ୍ୟାନକୁ ଉପସ୍ଥିତ ରହିବାକୁ କୁହା ଯାଇଛି । ସକାଳ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୩ଟାରୁ ୫ଟା ଯାଏ  ନମୁନା ସଂଗ୍ରହ କରା ଯିବ ବୋଲି ଜଣା ପଡିଛି ।
                            
                        
	                    