
ନୂଆଦିଲ୍ଲୀ, ଭୁବନେଶ୍ୱର । କେନ୍ଦ୍ର ସରକାର ଲକ ଡାଉନ କଟକଣାରୁ ମତ୍ସ୍ୟ ଚାଷକୁ ବାଦ ଦେବାକୁ ନିଷ୍ପତି ନେଇଛନ୍ତି । ଏବେ ସମୁଦ୍ରରେ ମାଛ ଧରିବା ଓ ମତ୍ସ୍ୟ ପାଳନ ଉଦ୍ୟୋଗରେ ଲକ ଡାଉନ କଟକଣା ରହିବ ନାହିଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରୀ କରି ଏହାକୁ କଟକଣା ମୁକ୍ତ କରା ଯାଇଛି ।
ଏବେ ମତ୍ସ୍ୟଚାଷୀ ମାନେ ମାଛ ଚାଷ କରିବାକୁ ଯାଇ ପାରିବେ । ମାଛ ଚାଷରେ ନିୟୋଜିତ ଥିବା ବ୍ୟକ୍ତି ମାନେ ଏ ସଂକ୍ରାନ୍ତୀୟ ସବୁ କାମ କରି ପାରିବେ । ଚିଙ୍ଗୁଡି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରି ପରିଚାଳନା କାମ ମଧ୍ୟ ଲକ ଡାଉନ ଅବଧିରେ କରା ଯାଇ ପାରିବ ।
ସବୁ ପ୍ରକାର ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରୀ ଉପରେ କୌଣସି ପ୍ରକାର କଟକଣା ନାହିଁ । ମତ୍ସ୍ୟଶିଳ୍ପ ସହ ସଂପୃକ୍ତ କର୍ମଚାରୀ ମାନଙ୍କର କାର୍ଯ୍ୟ ସ୍ୱାଭବିକ ରହିବ । ତେବେ ଏହି କାମ କରିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ଜରୁରୀ ବୋଲି ଗାଇଡଲାଇନରେ ଉଲ୍ଲେଖ କରା ଯାଇଛି ।