କୁଲଗାମ– କୁଲଗାମ ଜିଲ୍ଲାର ନନ୍ଦିମାର୍ଗ ହାଜିପୋରା ଇଲାକାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଶନିବାର ସକାଳେ ଗୁଳି ବିନିମୟ ଘଟିଛି । ସୂତ୍ର ଅନୁଯାୟୀ ଆତଙ୍କବାଦୀ ଗୁଳି ବିନିମୟ ମଧ୍ୟରେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଆତଙ୍କବାଦୀ ଯେଉଁ ଘରେ ଛପି ରହିଥିଲେ, ସେଠାରୁ ସୁରକ୍ଷାକର୍ମୀ ଏକ ପିକା ଗନ, ବିସ୍ଫୋଟକ ସାମଗ୍ରୀ ଜବତ କରିଛି । ସୁରକ୍ଷାବଳ ଦ୍ୱାରା ଇଲାକାରେ ତଲାସି ଅଭିଯାନ ଜାରି ରହିଛି ।
ସୂଚନା ଅନୁଯାୟୀ ଜିଲ୍ଲାର ହାଜିପୋରା କ୍ଷେତ୍ରରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ସୁରକ୍ଷାବଳଙ୍କୁ ଆତଙ୍କବାଦୀ ଛପି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ସେନା, ଏସଓଜି ଓ ସିଆରପିଏଫର ଏକ ମିଳିତ ଦଳ ଆତଙ୍କବାଦୀ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଏକ ଘରେ ଛପି ରହିଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ମାଡ କରିଥିଲେ, ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । କିଛି ସମୟ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଅଚାନକ ଗୁଳି ମାଡ ବନ୍ଦ ହୋଇଥିଲା । ଆତଙ୍କବାଦୀଙ୍କ ପକ୍ଷରୁ କୌଣସି ଗୁଳି ମାଡର ଶବ୍ଦ ଶୁଭା ନଯିବାରୁ ସୁରକ୍ଷାକର୍ମୀ ଘର ଭିତରକୁ ଯାଇ ଦେଖିବାରୁ କୌଣସି ଆତଙ୍କବାଦୀ ନଥିଲେ । ସୁରକ୍ଷାକର୍ମୀ ଘରୁ ପିକା ଗନ ଓ ବିସ୍ଫୋରକ ନିର୍ମିତ ସାମଗ୍ରୀ ଜବତ କରିଛି ।
କୁହାଯାଉଛି ଯେ, ଗୁଳି ବିନିମୟ ସମୟରେ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି । ଆତଙ୍କାଦୀ ଯେଉଁ ଘରେ ଛପି ରହିଥିଲେ ତାହା ଅସଲମର ହୋଇଥିବା କୁହାଯାଉଛି । ସୁରକ୍ଷାକର୍ମୀଙ୍କ ଦ୍ୱାରା କ୍ଷେତ୍ରରେ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି । ଏହି ଅଭିଯାନରେ ସୁରକ୍ଷାବଳଙ୍କ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଛି ।