ବେଲଗୁଣ୍ଠା-ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଜିରୋଳିରେ ଚାଲିଥିବା ମେଗା ଜଳସେଚନ ପ୍ରକଳ୍ପରେ ଶ୍ରମିକ ଭାବେ କାମ କରୁଥିବା ବିହାର ର ଲଖିସରାଇ ଜିଲ୍ଲାର ବଚ୍ଛା ଗ୍ରାମର ଗୋପାଳ କୁମାର(୨୨) ଦୁଇଦିନ ତଳେ ଜ୍ୱର ହେବାରୁ ପ୍ରଥମେ ବେଲଗୁଣ୍ଠା ଓ ପରେ ଭଞ୍ଜନଗର ମେଡିକାଲ ନିଆଯାଇଥିଲା ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତ୍ରରେ ମୃତ୍ୟୁ ଘଟିଥିଲା ।ଏ ନେଇ ୧୮/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଭଞ୍ଜନଗର ରେ ଶବ ବ୍ୟବଛେଦ କରାଯାଇଥିଲା ।ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେଁ ଗୋପାଳଙ୍କ ଶବକୁ ନିଜ ଗ୍ରାମ ବଚ୍ଛା ପଠାଯାଇଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି ।
ଶିବରାମ ଚୌଧୁରୀ