ନୂଆଦିଲ୍ଲୀ– କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହେବାକୁ ଥିବା ଭିଡିଓ କନଫରେନ୍ସିଂ ବୈଠକ ପୂର୍ବରୁ ଗରିବଙ୍କ ସାହାଯ୍ୟକୁ ନେଇ ପ୍ରସ୍ତାବ ରଖିଛନ୍ତି । ସେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ, ସେମାନେ ଗରିବ ପରିବାରଙ୍କୁ ଶୀଘ୍ର ଆର୍ଥିକ ସହାୟତା ଦେବା ନେଇ କେନ୍ଦ୍ରର ଧ୍ୟାନ ଆକର୍ଷିତ କରନ୍ତୁ ।
ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ ଶନିବାର ଟୁଇଟ୍ କରି କହିଛନ୍ତି କେନ୍ଦ୍ର ସରକାର ଏହା ଜଣାଇବା ଜରୁରୀ ଯେ, ଯେଉଁ ପ୍ରକାରର ଲୋକଙ୍କ ଜୀବନ ବଂଚାଇବା ମହତ୍ୱପୂର୍ଣ୍ଣ ସେହି ପ୍ରକାର ସେମାନଙ୍କର ଜୀବିକାର ସାଧନ ଉପଲବ୍ଧ କରାଇବା ମଧ୍ୟ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି, ଗତ ୧୮ ଦିନରେ ଲୋକେ ରୋଜଗାର ହରାଇଛନ୍ତି । ସେମାନଙ୍କର ସଂଚୟ ରାଶି ମଧ୍ୟ ଶେଷ ହେବାକୁ ଯାଉଛି, ଏମିତି ସମୟରେ ଜରୁରୀ ଯେ, ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କ ଖାତାରେ ନଗଦ ଅର୍ଥ ହସ୍ତାନ୍ତର କରାଯାଉ । ନିଜର ଏହି ଟୁଇଟରେ ସେ କ୍ୟାପଟେନ ଅମରିନ୍ଦର ସିଂହ, ଅଶୋକ ଗେହଲଟର, ଭୂପେଶ ବାଘେଲ, ଉଦ୍ଧବ ଠାକରେ ଓ ଭି ନାରାୟାଣ ସ୍ୱାମୀଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।
କଂଗ୍ରେସ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ, ସେମାନେ ଗରିବ ପରିବାରଙ୍କୁ ତୁରନ୍ତ ନଗଦ ପହଁଚାଇବାର ଦାବି ପ୍ରଧାନମନ୍ତ୍ରୀଙ୍କଠାରେ ରଖନ୍ତୁ । ସେ ଏହା ମଧ୍ୟ କହିଛନ୍ତି କେନ୍ଦ୍ରକୁ ଏହା ମଧ୍ୟ ଦେଖିବା ଉଚିତ୍ ଯେ, କେମିତି ଲୋକ ଭୋଜନ ପାଇଁ ଧାଡିରେ ଛିଡା ହେଉଛନ୍ତି । ସେ ପ୍ରଶ୍ନ କରିଛନ୍ତି , କଣ ସରକାରଙ୍କୁ ଏହି ଦୃଶ୍ୟ ଦେଖିବାକୁ ଭଲ ଲାଗୁଛି । କଣ ଦେଶରେ ଏହି ପ୍ରକାରର ସଶକ୍ତ ସମାଜର କଳ୍ପନା କରାଯାଇଛି ।
ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ଭିଡିଓ କନଫରେନ୍ସିଂ ଜରିଆରେ କରୋନା ଭାଇରସ୍କୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ସମ୍ଭବତଃ ଏହି ବୈଠକରେ ଲକଡାଉନ ହଟାଇବା କିମ୍ବା ବଢାଇବା ଉପରେ ଆଲୋଚନା ହେବ । ଗତ ଦିନରେ ଓଡିଶା ଓ ପଞ୍ଜାବ ପୂର୍ବରୁ ଲକଡାଉନ ଅବଧି ବଢାଇବାକୁ ଘୋଷଣା କରି ସାରିଛନ୍ତି । ଏହି ଦୁଇଟି ରାଜ୍ୟରେ ଲକଡାଉନ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଯାଇଛି ।