ଓ୍ଵାଂଶିଟନ– ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଡବ୍ଲ୍ୟୁଏଚଓ ଉପରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି ଡବ୍ଲ୍ୟୁଏଚଓକୁ ଦିଆଯାଉଥିବା ଆର୍ଥିକ ସହାୟତାରେ ହ୍ରାସ ନେଇ ସେ ଅାଗାମୀ ସପ୍ତାହରେ ନିର୍ଣ୍ଣୟ ନେବେ । ସେ କହିଛନ୍ତି ଯେ, ଗୋଟିଏ ପଟେ ଆମେରିକା ଡବ୍ଲ୍ୟୁଏଚଓକୁ ସର୍ବାଧିକ ଆର୍ଥିକ ସହାୟତା ଦେଉଥିବା ବେଳେ ଅନ୍ୟପଟେ ଏହି ସଂସ୍ଥା କୋଭିଡ୍-୧୯ ମାମଲାରେ ଚୀନ ପ୍ରତି ଧ୍ୟାନ କେନ୍ଦ୍ରିତ କରିଛି । ଏହା ଅସହନୀୟ ଏବଂ ସେ ଏହି ବିଷୟରେ ଆଗାମୀ ସପ୍ତାହରେ ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବେ ।
ହ୍ୱାଇଟ୍ ହାଉସରେ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ଆମେରିକା ଡବ୍ଲ୍ୟୁଏଚଓକୁ ୫୦ କୋଟି ଡଲାର ଦେଉଥିବା ବେଳେ ଚୀନର ଯୋଗଦାନ ୪ କୋଟି ଡଲାର ମଧ୍ୟ ନୁହଁ । ଏହା ବ୍ୟତୀତ ଏମିତି କିଛି କଥା ଅଛି, ଯାହା ବିଷୟରେ ସେ ଏବେ କିଛି କହିବାକୁ ଚାହୁଁ ନାହାନ୍ତି, ମାତ୍ର କୋଭିଡ-୧୯ ବିଷୟରେ ଡବ୍ଲ୍ୟୁଏଚଓର ଯେଉଁ ଭଳି ବ୍ୟବହାର ରହିଛି, ତାହା ଅକ୍ଷ୍ୟମଣୀୟ । ଯେବେ ଚୀନରେ କୋଭିଡ୍-୧୯ ନିଜର କାୟା ବିସ୍ତାର କରି ଚାଲିଥିଲା । ସେହି ସମୟରେ ଆମେରିକା ନିଜର ସୀମା ସିଲ୍ ସହ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଥିଲା, ମାତ୍ର ଡବ୍ଲ୍ୟୁଏଚ ଏହି ନିଷ୍ପତିକୁ ବିରୋଧ କରିଥିଲା । ଡବ୍ଲ୍ୟୁଏଚଓର ଏହି ଆଭିମୁଖ୍ୟ ଉଚିତ୍ ନଥିଲା ।
ଡବ୍ଲ୍ୟୁଏଚଓ ଟ୍ରମ୍ପଙ୍କ ବୟାନ ଉପରେ କହିଛି ଯେ, ଏହି ସମୟ ଫଣ୍ଡିଂ ବିଷୟରେ ଆଲୋଚନା କରିବା ନୁହଁ । ଭଲ ହେବ ଆମେ ସମସ୍ତେ ମିଶି କୋଭିଡ୍-୧୯ର ମୁକାବିଲା କରିବା । ଏହି ସ୍ଥିତି ବିଶ୍ୱ ବାଣିଜ୍ୟ ସଂଗଠନକୁ ନେଇ ରହିଛି ।
ଟ୍ରମ୍ପ ଚୀନ ଏକ ବିକାଶଶୀଳ ଦେଶ ରୂପେ ସଂପ୍ରତି ନିୟମର ଲାଭ ଉଠାଇ ଚାଲିଛି । ନିଜର ମୁଦ୍ରାକୁକ ମନମୁଖୀ ଢଙ୍ଗରେ ଅବମୂଲ୍ୟାନ କରୁଛି ଯାହା ଜରିଆରେ ସେ ଆମେରିକାକୁ ଅଧିକ ରପ୍ତାନୀ କରି ଅନ୍ତରାଷ୍ଟ୍ରୀୟ ବାଣିଜ୍ୟରେ ଲାଭ ଉଠାଇ ଚାଲିଛି । ଯାହା ଏବେ ସମ୍ଭବ ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।