ସାନଖେମୁଣ୍ଡି : ମୁଣ୍ଡ ଉପରେ ରୌଦ୍ର ତାପ ଆଉ ସନ୍ଧ୍ୟାରେ କାଳବୈଶାଖୀର ଭୟ। ଆଉ ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ଅନୁକ୍ରମେ ଆରମ୍ଭ ହୋଇଛି ଘର ଘର ସ୍ୱାସ୍ତ୍ୟବସ୍ତା ଯାଞ୍ଚ। ଆଉ ଏଥିରେ ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ।ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ପଞ୍ଚାୟତର ଥିବା ଦେଉଳପଡି ଗ୍ରାମରେ ଆଜି ଘର ଘର ବୁଲି ସ୍ୱାସ୍ତ୍ୟବସ୍ତା ଯାଞ୍ଚ କରିବା ସହ ମାସ୍କ ପିନ୍ଧିବା ଓ ସାବୁନ କିମ୍ବା ହେଣ୍ଡୱାସ କରିବା ପାଇଁ ବାଧ୍ୟ କରିଥିଲେ । ଦେଉଳପଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ସାମଲ, ଅଙ୍ଗନବାଡି କର୍ମୀ ସହ ମିଶି ଘର ଘର ବୁଲି ଲୋକ ସଂଖ୍ୟା କେତେ, କାହାର ସ୍ୱାସ୍ତ୍ୟ ଖରାପ ଅଛିକି ଯାଞ୍ଚ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।