
ବ୍ରହ୍ମପୁର : ସରକାରଙ୍କ ଘୋଷଣା ପ୍ରକାରେ ଆଗୁଆ ୪ମାସର ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ଭତ୍ତା ମହାନଗର ନିଗମର ୪୦ଟି ୱାର୍ଡରେ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିମଗର ଅଧିକାରୀ ଓ କର୍ମଚାରୀମାନେ ସୁରୁଖୁରୁରେ ବଣ୍ଟନ କରିଛନ୍ତି । ଗତ ୬ତାରିଖ ଠାରୁ ୯ତାରିଖ ୪ଦିନ ବ୍ୟାପି ଏହି ବଣ୍ଟନ କାର୍ଯ୍ୟ ଘରକୁ ଘର ବୁଲି କରାଯାଇଥିଲା । ସୁଚାରୁ ରୂପେ ଏହି କାର୍ଯ୍ୟ ସମାପନ ହୋଇଥିବା କମିଶନର ସୂଚନା ଦେଇଛନ୍ତି । ହିତାଧିକାରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ସହାୟତାରେ ୱାର୍ଡ ଦାୟୀତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ଉପସ୍ଥିତିରେ ଘରକୁ ଘର ବୁଲି ସାମାଜିକ ଦୂରତା ରକ୍ଷାକରି ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । କମିଶନରଙ୍କ ସୂଚନା ପ୍ରକାରେ ଗତ ୪ଦିନ ମଧ୍ୟରେ ନିଗମ ଅଞ୍ଚଳରେ ଥିବା ୧୩୩୬୫ଜଣ ହିତାଧିକାରୀଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଛି । ବିଏମ୍ସିର ଏହି ଘରକୁ ଘର ବୁଲି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।