
ବ୍ରହ୍ମପୁର: ପୁଣି ମାନବିକତା ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସବୁବେଳେ ମାନବିକତାର ପରିଚୟ ଦେଇ ଆସୁଥିବା ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଶୁକ୍ରବାର ଲକ୍ ଡାଉନ୍ ପାଇଁ ସହରରେ କୌଣସି ଅଟୋ, ରିକ୍ସା ଚଳାଚଳ କରୁନଥିବା ବେଳେ ଜଣେ ମହିଳା ନିଜର ନବଜାତ ଶିଶୁକୁ ଧରି ମେଡିକାଲ୍ରୁ ଚାଲି ଚାଲି ନିଜ ଘରକୁ ଯାଉଥିବା ବେଳେ ଏହି ସମୟରେ ବ୍ରହ୍ମପୁର ସହରର ଲକ୍ ଡାଉନ୍ର ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଜିଲ୍ଳାପାଳ ଏହା ଦେଖି ଉକ୍ତ ମହିଳାଙ୍କ ନିକଟକୁ ଯାଇ ଅସୁବିଧା ପଚାରିଥିଲେ । ଏହାପରେ ଏକ ସରକାରୀ ଗାଡିକୁ ଅଟକାଇ ମହିଳା ଓ ନବଜାତ ଶିଶୁକୁ ଘରକୁ ପଠାଇଥିଲେ । ତେବେ ଜିଲ୍ଳାପାଳଙ୍କ ଏହିଭଳି ମାନବସେବା କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି ।