ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଗଞ୍ଜାମ ଜିଲ୍ଲାରେ କରୋନା କୁ ନେଇ ପ୍ରସିଦ୍ଧ ଦଣ୍ଡଯାତ୍ରାକୁ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ବହୁ ଗ୍ରାମରେ ଏହି ନିୟମ ନମାନି ବହୁ ଦଣ୍ଡୁଆ କୋର୍ଟ ଚାଲାଣ ହୋଇଛନ୍ତି।ହେଲେ ମଧ୍ୟ ଲୋକମାନେ ଏହି ଯାତ୍ରା ପାଇଁ ବ୍ୟସ୍ତ।ଆଜି ଭଞ୍ଜନଗର ନିକଟ ଗାମୁଣ୍ଡି ଗ୍ରାମର ମଝି ଦାଣ୍ଡରେ ଦଣ୍ଡଯାତ୍ରା ପାଇଁ ପୂଜାର୍ଚ୍ଚନା ଚାଲିଥିବା ଖବର ପାଇ ବି ଡି ଓ ଅନୀଲ କୁମାର ସେଠୀ ଓ ଆଇ ଆଇ ସି ସୁଦୀପ୍ତ କୁମାର ସାହୁ ସେଠାରେ ପହଞ୍ଚି ୪ଜଣ ଦଣ୍ଡୁଆ ଓ ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖିଛନ୍ତି।