
ଜଗନ୍ନାଥ ପ୍ରସାଦ ବ୍ଲକର ବି.ଡି.ପୁର ଗ୍ରାମପଂଚାୟତ ଅଧିନସ୍ଥ ତେନ୍ତୁଳିଆ ଗ୍ରାମ ଠାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ରାସନକାଡ଼୍ ହିତାଧିକାରୀ ଙ୍କୁ ଘୋଷିତ ଏକହଜାର ଟଙ୍କା ଆର୍ଥିକ ସହାୟତା ସ୍ଥାନୀୟ ଗ୍ରାମ ପଂଚାୟତର ସାସଂଦ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ରଥ ଓ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ ଙ୍କ ଉପସ୍ଥିତ ରେ ଗ୍ରାମପଂଚାୟତ ନିର୍ବାହି ଅଧିକାର ଶ୍ରୀଯୁକ୍ତ ପ୍ରଦୀପ କୁମାର ପ୍ରଧାନ ଓ ଜି.ଆର.ଏସ୍ ଶ୍ରୀ ସରୋଜ କୁମାର ନାୟକ ଦ୍ଵାରା ବଣ୍ଟନ ର ଶୁଭାରମ୍ଭ କରl ଗଲା।କୋଭିଡ଼୍ 19 ବା କୋରାନ ଭାଇରସ୍ ଯୋଗୁ ପ୍ରତ୍ୟେକ ରାସନକାଡ଼୍ ହିତାଧିକାରୀ ପାଇଁ ପୁନଶ୍ଚ ମାଗଣା ଚାଉଳ,ଡାଲି ଓ ଅନ୍ୟନ୍ୟ ଖାଦ୍ୟ ସାମଗ୍ରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ତରଫ ରୁ ପ୍ରତ୍ୟେକ ରାଜ୍ୟବାସୀଙ୍କୁ ଯୋଗାଇ ଦେବା ପାଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି ତାକୁ ଖୁବ୍ ଶୀଘ୍ର ଲୋକ ମାନଙ୍କ ପାଖରେ ପହଁଚାଇବା ପାଇଁ ଗ୍ରାମପଂଚାୟତ ସରପଞ୍ଚ ପ୍ରକାଶ କଲେ