ଭୁବନେଶ୍ୱର । କଳାହାଣ୍ଡି ଜିଲ୍ଲାରୁ ଆଉ ଜଣେ କରୋନା ସଂକ୍ରମିତ ହୋଇଥ୍ିବା ଜଣା ପଡିଛି । ଗତ କାଲି ଯେଉଁ ଚାରି ଜଣ ସଂକ୍ରମିତ ହୋଇଥିଲେ ତା ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର ବୋଲି ଜଣା ପଡିଛି । ପୂର୍ବରୁ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଏହି ବ୍ୟକ୍ତି ଜଣଙ୍କ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇରେ ପହଂଚିଛି । କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସୂଚନା ଦେଇଛନ୍ତିା
ସେ କହିଛନ୍ତି ଯେ ଦ୍ୱିତୀୟ ଆକ୍ରାନ୍ତ ଜଣଙ୍କ ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ତାଙ୍କ ସହ କ୍ରିକେଟ ଖେଳିଥିଲେ । ତାଙ୍କୁ କ୍ୱାରେଂଟାଇନରେ ରଖା ଯାଇଥିଲା । ପରେ ତାଙ୍କର ନମୁନା ପରୀକ୍ଷଣ ପାଇଁ ପଠା ଯାଇଥିଲା । ଗତକାଲି ତାଙ୍କର ନମୁନା ପଜିଟିଭ ଆସିଛି । ତାଙ୍କୁ ଆଜି ଅଶ୍ୱିନୀ ହସପିଟାଲର କୋବିଡ ସେଂଟରକୁ ଚିକିତ୍ସା ପାଇଁ ପଠା ଯିବ ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ ଗତ ଚାରି ତାରିଖଦିନ କଳାହାଣ୍ଡି ଜିଲ୍ଲାରେ ଜଣେ ୨୯ ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଥିଲେ । ସେ ବାହାରିନରୁ ଫେରିଥିବା ପ୍ରଶାସନ ପକ୍ଷରୁ କୁବା ଯାଇଥିଲା ।