ନୂଆଦିଲ୍ଲୀ– ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ସେମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଷ୍ଟଡି ମ୍ୟାଟେରିଆଲ ମଧ୍ୟ ଯୋଗାଇ ଦେଉଛନ୍ତି। ସ୍କାଇ ପେ, ଜୁମ, ଗୁଗଲ କ୍ଲାସରୁମ, ଗୁଗଲ ହ୍ୟାଙ୍ଗଆଉଟ, ପିଆଜ୍ଜା ଆଦି ପ୍ଲାଟଫର୍ମ ଜରିଆରେ ଅନଲାଇନ କ୍ଲାସ ଆରମ୍ଭ କରାଯାଇଛି। ଏହାଛଡ଼ା ଶିକମାନେ ୟୁଟ୍ୟୁବ, ହ୍ଵାଟ୍ସଆପ, ଜରିଆରେ ପାଠପଢ଼ାର ଭିଡି ଓ ଏବଂ କ୍ଲାସନୋଟ ଅପଲୋଡ କରୁଛନ୍ତି। ସେହିପରି ସ୍ଵୟମ, ଏନପିଟିଇଏଲ ଭଳି ଡିଜିଟାଲ ଲର୍ଣ୍ଣିଂ ସମ୍ବଳ ମାଧ୍ୟମରେ ଅନଲାଇନ ଜର୍ଣ୍ଣାଲ ମଧ୍ୟ ଯୋଗାଇ ଦିଆଯାଉଛି।