
ନୂଆଦିଲ୍ଲୀ- କୋଭିଡ-19କୁ ବିଶ୍ଵ ମହାମାରୀ ଘୋଷଣା ହେବା ପରଠାରୁ ଭାରତୀୟ ସହରଗୁଡ଼ିକର ବିଭିନ୍ନ ସ୍ଥାନ ବିଶେଷ କରି ସର୍ବସାଧାରଣ ସ୍ଥାନଗୁଡ଼ଇକୁ ନିୟମିତ ଭାବେ ବିଶୋଧନ କରାଯାଉଛି। ଭୂତାଣୁର ସ୍ଥାନୀୟ ସଂକ୍ରମଣ ଆଶଙ୍କା ଏଠାରେ ଅଧିକ ଥିବାରୁ ଏହି ପଦକ୍ଷେପ ନିଆଯାଉଛି। ମାର୍ଚ୍ଚ 25, 2020 ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରଠାରୁ ବସ/ରେଳ ଷ୍ଟେସନ, ରାସ୍ତାଘାଟ, ବଜାର, ହସ୍ପିଟାଲ ପରିସର, ବ୍ୟାଙ୍କ ଆଦି ସ୍ଥାନକୁ ବିଶୋଧନ କରିବା ଲାଗି ସହରାଞ୍ଚଳ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।