ନୂଆଦିଲ୍ଲ– କୋଭିଡ-19 ଲକଡାଉନ ଅବଧି ସମୟରେ ଆଇସିଏମଆର, ଏଚଏଲଏଲ ଏବଂ ଅନ୍ୟ ଜରୁରି ମେଡ଼ିକାଲ ସରଞ୍ଜାମ ସାରା ଦେଶରେ ଯୋଗାଣ ହେଉଛି। ଏୟାର ଇଣ୍ଡିଆ, ଆଇଏଏଫ, ପୱନ ହଂସ, ଇଣ୍ଡିଗୋ ଏବଂ ବ୍ଲୁଡାର୍ଟ ଆଦି ଦେଶ ଭିତରେ ଚଳାଚଳ କରୁଥିବା ଘରୋଇ ଏବଂ ସରକାରୀ ବିମାନ ଚଳାଚଳ କମ୍ପାନୀଗୁଡ଼ିକ ଔଷଧ, ଆଇସିଏମଆର ମାଲ, ଏଚଏଲଏଲର ବିଭିନ୍ନ ସାମଗ୍ରୀ ତଥା ଜରୁରି ସାମଗ୍ରୀକୁ ୮ ଏପ୍ରିଲ 2020ରେ ଶ୍ରୀନଗର, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଭୁବନେଶ୍ଵର ଏବଂ ଦେଶର ଅନ୍ୟ ଅଞ୍ଚଳକୁ ପରିବହନ କରିଛନ୍ତି।