ଭୁବନେଶ୍ୱର । ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୩୭ ଜଣଙ୍କୁ ଗିରଫ କରା ଯାଇଛି । ୯ଟି ମାମଲା ରୁଜୁ କରା ଯାଇଥିବା ସହ ୫୬ ଲିଟର ମଦ ଜବତ କରା ଯାଇଛି । ବ୍ରହ୍ମପୁର ଏସପି ଏହି ସୂଚନା ଦେଇଛନ୍ତି ।
ସିତଳାପଲ୍ଲୀ ଠାରେ ଖୋଲିଲା କୋଭିଡ -19 ହସ୍ପିଟାଲ; ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ
ଗଞ୍ଜାମ– କରୋନା ମୁକାବିଲା ନେଇ ରାଜ୍ୟ ସରକାର ସବୁ ରାଜ୍ୟ ଅପେକ୍ଷା ଦୁଇ ପାଦ ଆଗରେ ରହିଛନ୍ତି । ଏପରି ସ୍ଥଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ କରୋନା ପଜିଟିଭ ରୋଗୀ ବାହାରି ନଥିବା ବେଳେ ସରକାର ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ଟାଟା ପକ୍ଷରୁ ସିତଳାପଲ୍ଲୀ ଠାରେ କରାଯାଇଥିବା ଥିବା ହସ୍ପିଟାଲକୁ ଅସ୍ଥାୟୀ ଭାବେ କୋଭିଡ -19 ହସ୍ପିଟାଲ ଭାବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସୀଂ ଯାେଗେ ଲୋକାର୍ପିତ କରିଛନ୍ତି । ଏହି ସମୟରେ ସେଠାରେ ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଡାକ୍ତର ଏବଂ ଅନେକ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । 200 ଶଯ୍ୟା ବିଶିଷ୍ଟ ଏହି ମେଡିକାଲରେ 20 ଟି ବେଡ଼ରେ ଆଇସିୟୁ ବ୍ୟବସ୍ଥା ରହିଥିବା ବେଳେ ସେଥିରୁ 15 ଟିରେ ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । 120 ସାଧାରଣ ବେଡ଼ କୋଭିଡ ରୋଗୀଙ୍କ ପାଇଁ ରହିଛି । 40 ଟି ଆଇସିଲୋସନ ବେଡ଼ ରହିଥିବା ବେଳେ ବର୍ତ୍ତମାନ ପାଇଁ 16 ଜଣ ଡାକ୍ତର ରହିଛନ୍ତି । ନୋଡାଲ ଅଫିସର ଡାକ୍ତର ଉମା ମିଶ୍ରଙ୍କୁ ଦାଇତ୍ୱ ଦିଆଯାଇଛି । ଏହି ହସ୍ପିଟାଲ ରେ ଆଵଶ୍ୟକୀୟ କର୍ମଚାରୀ ମଧ୍ୟ ଅଛନ୍ତି ।
ଆଜି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ , ବିଏମସି କମିଶନର, ଟାଟା ମେଡିକାଲର ଅଧିକାରୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।