ନୂଆଦିଲ୍ଲୀ– କୋଭିଡ୍-୧୯ ନେଇ ସାର୍କ ଜରୁରୀକାଳୀନ କୋଷରେ ପାକିସ୍ତାନ ଦ୍ୱାରା ବିଳମ୍ବରେ ଦିଆଯାଇଥିବା ଯୋଗଦାନ ଉପରେ ଶୁକ୍ରବାର ଭାରତ କଟାକ୍ଷ କରିଛି । ବୈଦେଶିକ ମନ୍ତ୍ରଣାଳୟର କହିବା କଥା ପ୍ରତ୍ୟେକ ରାଷ୍ଟ୍ରର ଗମ୍ଭୀରତା କେତେ ରହିଛି ତାହା ତାର ବ୍ୟବହାରରୁ ନଜର ଆସିଥାଏ । ଏହା ସହିତ ଭାରତ କହିଛି ଯେ, ସାର୍କ ଚାର୍ଟର ଓ ସଚିବାଳୟ ସାର୍କ ଜରୁରୀକାଳୀନ ନିଧି ଉପରେ ଲାଗୁ ହେବ ନାହିଁ ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ପ୍ରତ୍ୟେକ ସାର୍କ ସଦସ୍ୟ ନିଜର ସାର୍କ କରୋନା ଜରୁରୀକାଳୀନ ପ୍ରତିକ୍ରିୟାନିଧିର ସମୟ, ପ୍ରକ୍ରିୟା ଓ କାର୍ଯ୍ୟାନ୍ୱୟ ବିଷୟରେ ନିଜେ ନିର୍ଣ୍ଣୟ ନେବ ।
ଉଲ୍ଲେଖନୀୟ ପାକିସ୍ତାନ କୋଭିଡ୍-୧୯ର ମୁକାବିଲା ପାଇଁ ସାର୍କ ଜରୁରୀକାଳୀନ ପାଣ୍ଠିରୁ ୩ ମିଲିୟନ ଡଲାରର ସହାୟତା ମାଗିଛି । ଏହା ଉପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ପ୍ରତ୍ୟେକ ସାର୍କ ସଦସ୍ୟ ଦେଶକୁ ନିଜର ସାର୍କ କୋଭିଡ୍ ଜରୁରୀକାଳୀନ ପ୍ରତିକ୍ରିୟାନିଧିର ସମୟ, ପ୍ରକ୍ରିୟା ଓ କାର୍ଯ୍ୟାନ୍ୱୟ ବିଷୟରେ ନିଜେ ନିର୍ଣ୍ଣୟ ନେବାକୁ ପଡିବ । ଭାରତ କଥା ଯଦି ଦେଖାଯାଏ ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ପ୍ରତିବଦ୍ଧତା ଆଜି କାର୍ଯ୍ୟାନ୍ୱୟର ପରବର୍ତୀ ପର୍ଯ୍ୟାୟରେ ରହିଛି। ସାମଗ୍ରୀ ଓ ସେବା ସମ୍ବନ୍ଧିତ ସହାୟତା ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କା ପର୍ଯ୍ୟନ୍ତ ପହଁଚି ଯାଇଛି । ଏହି ସାର୍କ ସବୁ ସାର୍କ ଦେଶ କୋଷ ପାଇଁ ପ୍ରାରମ୍ଭିକ ପ୍ରତିବଦ୍ଧତା ଦର୍ଶାଇ ସାରିଛନ୍ତି । ପ୍ରତ୍ୟେକ ଦେଶର ଗମ୍ଭୀରତା ତାର ବ୍ୟବହାରରୁ ଜଣା ପଡେ ବୋଲି ଶ୍ରୀବାସ୍ତବ କହିଛନ୍ତି।