ନୂଆଦିଲ୍ଲୀ– ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମାଲେରିଆ ନିରୋଧ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପଲବ୍ଧ କରାଇବା ନେଇ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଭାରତ ପକ୍ଷରୁ ମଧ୍ୟ ଦୁନିଆର ଅନେକ ଦେଶକୁ ସାହାଯ୍ୟ ଯୋଗାଇ ଦିଆଯାଉଛି । ଆମେରିକା ଓ ବ୍ରାଜିଲ ପରେ ଏବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଟୁଇଟ୍ କରି ହାଇଡ୍ରୋକ୍ସିକ୍ଲୋରୋକୁଇନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗୁରୁବାର ଟୁଇଟ୍ କରି ଲେଖିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପଠାଇବା ପାଇଁ ଧନ୍ୟବାଦ । ମୋର ପ୍ରିୟର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପଠାଇବା ପାଇଁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୩ରେ ବେଞ୍ଜାମିନ ନେତନ୍ୟାହୁଙ୍କ ସହିତ ଟେଲିଫୋନରେ କଥାବାର୍ତା ହୋଇଥିଲେ । ଦୁଇ ନେତା କରୋନା ଭାଇରସ୍ ମହାମାରୀ ଏବଂ ସ୍ୱାସ୍ଥ୍ୟ ସଙ୍କଟ ପାଇଁ ଆପଣେଇଥିବା ରଣନୀତି ଉପରେ ଚର୍ଚ୍ଚା କରିଥିଲେ ।