ଯାଜପୁର– ଯାଜପୁର କଳିଙ୍ଗନଗର ସ୍ଥିତ ଟାଟା ମେଡିକୋ ହସ୍ପିଟାଲକୁ କୋଭିଡ଼-୧୯ ହସ୍ପିଟାଲରେ ପରିଣତ କରାଯିବା ସହିତ ଆଜି ଏହାର ଶୁଭାରମ୍ଭ ହୋଇଯାଇଛି । ୧୫୦ ଶଯ୍ୟା ବିଶିଷ୍ଟ ଏହି କରୋନା ଚିକିତ୍ସାଳୟକୁ ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ଉଦଘାଟନ କରିଛନ୍ତି । ଏଥିରେ ୨୫ ଶଯ୍ୟା ବିଶିଷ୍ଟ ଆଇସିୟୁ ଓ ୧୦ ଶଯ୍ୟା ବିଶିଷ୍ଟ ଭେଟିଂଲେଟର ବ୍ୟବସ୍ଥା ହୋଇଛି । ୧୦ଟି ଭେଟିଲେଟର ମଧ୍ୟରୁ ଟାଟା ମେଡିକୋ ପକ୍ଷରୁ ୬ଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଟି ଯୋଗାଇ ଦିଆଯାଇଛି । ଏଥିରେ ୨୦ ଜଣ ଡ଼ାକ୍ତର ଓ ୩୦ ଜଣ ପାରା ମେଡ଼ିକାଲ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି ।
ଉଦଘାଟନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲ ସୁପରିଟେଣ୍ଡେଂଟ, ଜିଲ୍ଲା ପ୍ରଶାସନର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଥି ପୂର୍ବରୁ ଗତ ୮ ତାରିଖ ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିୟାନ ହସ୍ପିଟାଲ ପରିଦର୍ଶନ କରିବା ସହିତ ଏହାର ଭିତିଭୂମିକୁ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ।