ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଭଞ୍ଜନଗର ଭେଜିପୁଟ ମହାନ୍ତି ସାହିର ଯୁବ ଗୋଷ୍ଠୀ ଏହି ସଟ ଡାଉନ ସମୟରେ ସାଜିଛନ୍ତି ବହୁ ଗରୀବ ଓ ଅସହାୟ ଙ୍କର ବନ୍ଧୁ।କାମଧନ୍ଦା ସବୁ ବନ୍ଦ ହୋଇଯାଇ ଥିବାରୁ ସେମାନେ ରୋଜଗାର ହରାଇ ଘରେ ବସିଛନ୍ତି।ଏହି ପରିସ୍ଥିତିରେ ଗତ ୪ଦିନ ହେଲାଣି ଏହି ଯୁବକ ମାନେ ଦିନରେ ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଦ୍ୟ ଦେବା ସହ ରାତିରେ ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୧୦୦ଜଣ ଗରୀବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି।