ଯୋଗାଯୋଗ ପରେ ଜାଣିବାକୁ ପାଇଲେ ଯେ, ବିଧାୟକ ବେହେରା ଗୋଟିଏ ନୁହେଁ ଅନେକ କାମରେ ମନୋନିବେଶ କରିଛନ୍ତି । ଶରୀର ସୁସ୍ଥ ପାଇଁ ଏକ ଘଣ୍ଟାର ବ୍ୟାୟାମ ଶେଷ କରିବାପରେ ପିଲାଙ୍କୁ ପାଠ ପଢାଇବା ଠାରୁ ଆରମ୍ଭ ହୁଏ ବିଧାୟକ ବେହେରାଙ୍କ ଦିନ । ଏହାପରେ ଗାଧୋଇବାକୁ ଯାଆନ୍ତି । ନିତ୍ୟକର୍ମ ଶେଷ ହେବାପରେ ଆରମ୍ଭ ହୁଏ ପୂଜାପାଠ । ବିଶ୍ୱ କଲ୍ୟାଣ ପାଇଁ ଭଗବାନଙ୍କ ଠାରେ ପୂଜାପାଠ କରନ୍ତି । କରୋନା ପାଇଁ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି । ଏଥିରୁ ବିଶ୍ୱବାସୀଙ୍କୁ ଉଦ୍ଧାର କରିବା ପାଇଁ ବିଧାୟକ ବେହେରା ଭଗବାନଙ୍କ ଠାରେ ପ୍ରାର୍ଥନା କରନ୍ତି । ପୂର୍ବାହ୍ନ ୧୦ଟା ପରେ ଆରମ୍ଭ ହୁଏ ଲୋକଙ୍କ ସମସ୍ୟା ବୁଝିବା କାମ । ଲକ୍ଡାଉନ୍ ନ ଥିବା ବେଳେ ସିଧାସଳଖ ଲୋକଙ୍କୁ ଭେଟି ସୁବିଧା ଅସୁବିଧା ବୁଝୁଥିଲେ । ଏବେ ଘରୁ ବାହାରିବା ସମ୍ଭ ନୁହେଁ । ତେଣୁ ଫୋନରେ ଲୋକଙ୍କ ସୁବିଧା ଅସୁବିଧା ବୁଝି ସମାଧାନ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ବିଧାୟକ ବେହେରା । ତେବେ ପୂର୍ବରୁ କରୁଥିବା କାମ ଏବଂ ଏବେ କରୁଥିବା କାମ ମଧ୍ୟରେ ତଫାତ୍ କଣ ବୋଲି ପଚାରିବାରୁ ସେ କହିଲେ, ଆଗରୁ ପ୍ରତ୍ୟେକ୍ଷ ଭାବେ ଲୋକସେବା କରୁଥିଲୁ ଆଉ ଏବେ ପରୋକ୍ଷରେ କରୁଛୁ । କିନ୍ତୁ ପ୍ରତ୍ୟେକ୍ଷ ସେବା କରିବାରେ ଆତ୍ମତୃପ୍ତି ଓ ସନ୍ତୋଷ ମିଳିଥାଏ । । କିନ୍ତୁ ପରିସ୍ଥିତି ଏପରି ହୋଇଯାଇଛି ଯେ ବାହାରକୁ ଯାଇ ଲୋକଙ୍କ ସମସ୍ୟାର ସମାଧାନ କରିବା କଷ୍ଟକର । ସରକାର ଘରେ ରହିବାକୁ ଅନୁରୋଧ କରିଛନ୍ତି । ତେଣୁ ଘରେ ରହି ପାରୁପର୍ଯ୍ୟନ୍ତ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ । ଏହାସହ ସରକାରୀ ନିର୍ଦ୍ଦେଶନାମାର ତଦାରଖ କରିବା, ପଞ୍ଚାୟତ ସ୍ତରରେ ହେଉଥିବା କରୋନା ମୁକାବିଲାର ସମୀକ୍ଷା କରିବା, ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ବିଧାୟକ ବେହେରା । ତେବେ ଘରେ ରହି ବିଧାୟକ ବେହେରା ଲୋକଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି । ସରକାର ଜନହିତରେ ଜାରି କରିଥିବା ନିର୍ଦ୍ଦେଶନାମା ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତ । ଏହାସହ କରୋନା ମୁକାବିଲା ପାଇଁ ରାଜ୍ୟକୁ ବହୁ ଅର୍ଥର ଆବଶ୍ୟକ ରହିଛି । ସମର୍ଥ ବ୍ୟକ୍ତିବିଶେଷ ଏବଂ ସଂସ୍ଥଶ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତିି ।

Related Stories
November 24, 2024
November 24, 2024