ଇସଲାମାବାଦ– ପାକିସ୍ତାନରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୩୨୨କୁ ବୃଦ୍ଧି ଘଟିଛି । ଏହା ସହିତ ଏହି ମହାମାରୀରେ ୬୩ ଜଣଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନର ସିନ୍ଧ ପ୍ରାନ୍ତରେ ୧୦୩୬, ପଞ୍ଜାବରେ ୨୧୭୧, ବଲୁଚିସ୍ତାନରେ ୨୧୨, ଖୈବର ପଖତୁନଖଓ୍ାରେ ୫୬୦, ଇସଲାମାବାଦରେ ୧୦୨, ଗିଲଗିଟ୍ ବାଲିଷ୍ଟାନରେ ୨୧୩ ଓ ପାକ୍ ଅଧିକୃତ କାଶ୍ମୀରରେ ୨୮ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଉଲ୍ଲେଖନୀୟ, ଚୀନର ଉହାନ ସହରରେ କରୋନା ଭାଇରସ୍ ମହାମାରୀ ବ୍ୟାପିବା ଆରମ୍ଭ ହୋଇଥିଲା । ସଗମ୍ର ବିଶ୍ୱରେ ୨୦୦ରୁ ଅଧିକ ଦେଶକୁ ଏହି ମହାମାରୀ ବ୍ୟାପି ସାରିଛି । ଅନେକ ଦେଶରେ ଲକଡାଉନ ଜାରି କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଇଛି । ବିଶ୍ୱ ସ୍ତରରେ କରୋନା ଭାଇରସ୍ କାରଣରେ ୮୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି ।