ଭୁବନେଶ୍ୱର – ଦେଢ ଦିନ ଉପବାସରେ ରହିବା ପରେ ସ୍ୱାଭାବିକ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଦେବୋତର କମିଶନଙ୍କ ଲିଖିତ ପ୍ରତିଶ୍ରୁତି ପରେ ମନ୍ଦିରର ନୀତିକାନ୍ତି ସ୍ୱାଭାବିକ ହୋଇଛି ବୋଲି ବ୍ରାହ୍ମଣ ନିଯୋଗ ସଭାପତି ବିରଂଚି ନାରାୟଣ ପତି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ମହାପ୍ରଭୁ ଲିଙ୍ଗରାଜଙ୍କ ପାଇଁ ମଧ୍ୟବର୍ତୀକାଳୀନ ଟ୍ରଷ୍ଟ ବୋର୍ଡ ଗଠନ ହୋଇଛି । ୩ ଜଣ ଏଡିଏମ, ଏସିପି ଜୋନ ୧ ଓ ବରିଷ୍ଠ ଆଇନଜୀବି ମାନସ ମହାପାତ୍ରଙ୍କୁ ନେଇ ଟ୍ରଷ୍ଟ ଗଠିତ ହୋଇଛି । ନୀତି ବନ୍ଦ ରଖିଥିବା ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ସେବାୟତଙ୍କୁ ଧାରା ୩୨ ଅନୁସାରେ ନୋଟିସ କରାଯାଇଛି । ସନ୍ତୋଷଜନକ ଉତର ନରଖିଲେ ହେବ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।
ଗଙ୍ଗୁଆ ନଦୀ କୂଳ ଜମିରେ ଥିବା ପ୍ରଭୂ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଏହି ବିବାଦ ଉପୁଜିଥିଲା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ନିର୍ମାଣକୁ ବିରୋଧ କରି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଥିଲେ । ଅନ୍ୟପକ୍ଷରେ ଅଭିଯୋଗକୁ ବଡୁ ନିଯୋଗ ଖଣ୍ଡନ କରିଥିଲେ । ବିବାଦୀୟ ଜମିକୁ ନିଜର ବୋଲି ବଡୁ ନିଯୋଗ ଦାବି କରିଥିଲେ । ଏହା ଦୀର୍ଘ ୪ ଶହରୁ ଅଧିକ ବର୍ଷ ଧରି ବଡ଼ୁ ନିଯୋଗ ନାଁରେ ରହିଛିୟ ତେବେ ଏବେ କାହିଁକି ଏହାକୁ ନେଇ ବିବାଦ ଦେଖାଦେଲା ବୋଲି ବଡୁ ନିଯୋଗ ପାଲଟା ଅଭିଯୋଗ କରିଥିଲେ ।
ଏହି ମାମଲାକୁ ନେଇ ଗତକାଲି ଏକ ବୈଠକ ମଧ୍ୟ ବସିଥିଲା । ତେବେ ଏହି ବୈଠକରେ କୌଣସି ସମାଧାନ ବାହାରି ପାରି ନ ଥିଲା ।