ଭୁବନେଶ୍ୱର– ରାଜ୍ୟ ସରକାରଙ୍କ ନିକଟରେ କୋଭିଡ୍ -୧୯ ଟେଷ୍ଟିଂ କିଟ୍ ଉପଯୁକ୍ତ ପରିମାଣରେ ଅଛି । ରାଜ୍ୟରେ ଆବଶ୍ୟକ ପରିମାଣର ପିପିଇ ମଧ୍ୟ ମହଜୁଦ୍ ରହିବ । ମାସକ ପାଇଁ ଏହା ଯଥେଷ୍ଟ । ଏହା ସହ ଭାରତ ଓ ଭାରତ ବାହାରୁ ପିପିଇ ଆଣିବାକୁ ଚେଷ୍ଟା କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି ।
ଆଉ ୩ ଡାକ୍ତରଖାନାରେ ହେବ କରୋନା ଟେଷ୍ଟ
ଭୁବନେଶ୍ୱର- କୋଭିଡ୍ -୧୯ ପରୀକ୍ଷା ବର୍ତମାନ ଓଡିଶାର ଆଉ ୩ ଡାକ୍ତରଖାନାରେ ଉପଲବ୍ଧ ହେବ । ଏପ୍ରିଲ ୧୨ ରୁ ଏମକେସିଜି ବ୍ରହ୍ମପୁର, ଏପ୍ରିଲ ୧୫ ରୁ ଭିମସାର ବୁର୍ଲା ଏବଂ ଏପ୍ରିଲ ୧୭ ରୁ ରାଉରକେଲା ଆଇଜିଏଚରେ ଏହି ସୁବିଧା ଆରମ୍ଭ ହେବ । ଏଥିସହ ଦିନକୁ ଅତି କମରେ ୧୦୦୦ ଟି ନମୂନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।
କର କ୍ଲିନିକ୍ ର ୨୧ କର୍ମଚାରୀ କରୋନା ନେଗେଟିଭ୍
ଭୁବନେଶ୍ୱର- ଭୁବନେଶ୍ୱର କର କ୍ଲିନିକ୍ ର ସମସ୍ତ ୨୧ ଜଣ କର୍ମଚାରୀଙ୍କ କରୋନା ଯାଂଚ ରିପୋର୍ଟ ନେଗେଟିଭ୍ ଆସିଛି । ଓଡିଶାର ତୃତୀୟ କରୋନା ପଜିଟିଭ୍ ରୋଗୀ ଚିକିତ୍ସା ପାଇଁ କର କ୍ଲିନିକ୍ କୁ ଯାଇଥିବା ଜଣାପଡିବା ପରେ ଉକ୍ତ କ୍ଲିନିକ୍ ର ସମସ୍ତ କର୍ମଚାରୀଙ୍କର ଯାଂଚ କରାଯିବା ସହ ହୋମ୍ କ୍ୱାରେଂଟାଇନ୍ ରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।