
ଦିଗପହଣ୍ଡି:ଗଞ୍ଜାମ ରେ ଲକଡ଼ାଉନ କୁ କଡ଼ା କଡ଼ି କରାଯିବାକୁ ନେଇ ପ୍ରଶାସନ ର ଘୋଷଣା ପରେ ପୂର୍ବ ଠାରୁ ଆହୁରି ତତ୍ପର ହୋଇଛି ଦିଗପହଣ୍ଡି ପୋଲିସ।ମହାମାରୀ କରୋନା କୁ ଯୁଦ୍ଧ ରେ ହରାଇବା ପାଇଁ ସଦା ଚେଷ୍ଟିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକଡ଼ାଉନ ଲୁ ଆହୁରି ୧୫ ଦିନ ବୃଦ୍ଧି କରିଛନ୍ତି ଅର୍ଥାତ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ କୁ ବଳବତ୍ତର ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି ଏବଂ ସମସ୍ତ ବିଦ୍ୟାଳୟ ଆଗାମୀ ଜୁନ ମାସ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କହିଛନ୍ତି।ଗୁରୁବାର ଦିନ ପୋଲିସ ପଇଁତରା ମାରିବା ସମୟରେ ଦିଗପହଣ୍ଡି ଅଞ୍ଚଳ ର ୯ ଅମାନିଆ ଙ୍କୁ ସାବାଡ଼ କରିବା ପାଇଁ କାବୁ କରି କେସ ନଂ ୭୪/୨୦ରେ ମାମଲା ରୁଜୁ କରି ୧୮୮ ଦଫା ଲଗାଯାଇଛି।ଏତେ ସବୁ ସଚେତନତା ପରେ ମଧ୍ୟ ଏମାନେ ବିନା କାରଣରେ ବାହାରେ ସଂଘ ବଦ୍ଧ ଭାବେ ବୁଲାବୁଲି କରି ଲକଡ଼ାଉନ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବା ଅଭିଯୋଗ ହୋଇଛି।ଏମାନଙ୍କୁ କେହି କେହି ଦିଗପହଣ୍ଡି ନବ ଗ୍ରହ ବୋଲି ମଧ୍ୟ ବୋଲିଲେଣି।ଏହା ସଙ୍ଗେ ସଙ୍ଗେ ୧୦ ଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି ।