
ଭଞ୍ଜନଗର ଜୟକୃଷ୍ଣ ପଟ୍ଟନାୟକ – ଭଞ୍ଜନଗର ଶ୍ରୀରାମ ନଗର ଠାରେ ଥିବା ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ତରଫରୁ ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି।ବର୍ତ୍ତମାନ ପରିସ୍ଥିତିରେ ପ୍ରଶାସନ ତରଫରୁ ସଟଡାଉନ ଘୋଷଣା କରାଯାଇଥିବା ବେଳେ ପିଲାମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।ତେଣୁ ବିଦ୍ୟାଳୟ ତରଫରୁ ଅନଲାଇନ ଶିକ୍ଷାଦାନ ଦ୍ୱାରା ଛାତ୍ର ଛାତ୍ରୀଙ୍କର ଏହି ସମସ୍ୟା ଦୂର କରିବାକୁ ପ୍ରୟାସ ଆରମ୍ଭ ହୋଇଥିବା ଅଧ୍ୟକ୍ଷ ଅଜିତ କୁମାର ତ୍ରିପାଠୀ କହିଛନ୍ତି।