ଭୁବନେଶ୍ୱର– ସାରା ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣରେ ମାସ୍କ ନପିନ୍ଧିଲେ ଜରିମାନା ଦେବାକୁ ପଡିବ । ଏସମ୍ପର୍କରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । ପ୍ରଥମ ୩ ଥର ଉଲ୍ଲଂଘନ ପାଇଁ ୨୦୦ ଟଙ୍କା ଫାଇନ୍ ଦେବାକୁ ପଡିବ । ୩ଟି ମାମଲା ପରେ ପୁଣି ଭୁଲ କଲେ ୫୦୦ ଟଙ୍କା ଫାଇନ୍ ଦେବାକୁ ପଡିବ । ଆଜିଠାରୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024