-
ବିଦ୍ୟାର୍ଥୀ ମାନେ ଘରେ ରହି ଭାଗ ନେବେ ଓ ଜିତି ପାରିବେ ଅର୍ଥରାଶି
ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ୫ମ ରୁ ୭ମ ଶ୍ରେଣୀର ପିଲାମାନେ ହାତ ସଫାକରିବାର ୧ ମିନିଟ ଅବଧି ବିଶିଷ୍ଟ ଭିଡିଓ କ୍ଲିପିଙ୍ଗ୍ ନତୁବା କୋରନା ବିରୁଦ୍ଧରେ ଲଢୁଛି ଓଡିଶା ବିଷୟକ ଏକ ସ୍ଲୋଗାନ ପଠାଇବେ। ଏଥିରେ ବିଜେତାଙ୍କୁ ଏକ ହଜାର ଅର୍ଥରାଶି ପୁରସ୍କାର ସ୍ଵରୂପ ଦିଆଯିବା ସହ ଶ୍ରେଷ୍ଠ ଭିଡିଓ ବା ସ୍ଲୋଗାନକୁ ଟ୍ଵିଟର୍ ଓ ଜିଲ୍ଲାପାଳଙ୍କ ଡିଏମ୍ ବାଲେଶ୍ଵର ନାମରେ ଥିବା ଫେସବୁକରେ ଅପ୍ ଲୋଡ୍ କରାଯିବ।
ସେହିପରି ୮ମ ରୁ ୧୦ମ ଶ୍ରେଣୀର ପିଲାମାନଙ୍କ ପାଇଁ ବିଷୟବସ୍ତୁ ରହିଛି ଘରେ ରୁହ ସୁରକ୍ଷିତ ରୁହ ସମ୍ପର୍କିତ ପୋଷ୍ଟର୍ ପ୍ରସ୍ତୁତି କିମ୍ବା କୌଣସି ଜଣେ ଡାକ୍ତର/ନର୍ସଙ୍କ ଏକ ପେନସିଲ୍ ପୋଟ୍ରେଟ୍ ଅଙ୍କନ। ଏହି ବର୍ଗରେ ବିଜେତାଙ୍କୁ ମିଳିବ ୧୫୦୦ ଟଙ୍କାର ଅର୍ଥରାଶି ଏବଂ ଜିଲ୍ଲାପାଳଙ୍କ ସହିତ ସେଲଫି ଉଠାର ସୁଯୋଗ।
ତୃତୀୟ ବର୍ଗରେ ଏକାଦଶ ଏବଂ ତଦୁର୍ଦ୍ଧ ଶ୍ରେଣୀର ପିଲାମାନେ ଭାଗ ନେଇପାରିବେ। ଏଥିରେ ବିଷୟବସ୍ତୁ ରହିଛି କୋଭିଡ୍ ୧୯ ହସପିଟାଲ୍ ଉପରେ ପୋଷ୍ଟର୍ ପ୍ରସ୍ତୁତି କିମ୍ବା କୋରନା ବିରୁଦ୍ଧରେ ଲଢୁଛି ଓଡିଶା ସମ୍ପର୍କରେ ୧୦୦୦ ଶବ୍ଦ ଭିତରେ ପ୍ରବନ୍ଧ ରଚନା। ଏହାର ବିଜେତାଙ୍କୁ ୨୦୦୦ ଟଙ୍କାର ଅର୍ଥରାଶି ଏବଂ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ସେଲଫି ଉଠାର ସୁଯୋଗ ମିଳିବ ବୋଲି ଘୋଷଣା କରାଯାଇଛି।
ଏହି ଅନ୍ ଲାଇନ୍ ପ୍ରତିଯୋଗିତାରେ ଭାଗନେବାକୁ ଚାହୁଁଥିଲେ ପ୍ରତିଯୋଗୀ ମାନେ ଅପ୍ରେଲ ୧୪ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଡିଇଓବାଲେଶ୍ଵର୧୨@ଜିମେଲ୍.କମ୍ deobalasore12@gmail.com ମେଲ୍ ଆଇ.ଡି.ରେ କିମ୍ବା ହ୍ଵାଟ୍ସଆପ ନମ୍ବର ୯୦୪୦୬୪୭୧୨୫ରେ ନିଜର ଏଣ୍ଟ୍ରିଗୁଡିକୁ ପଠାଇବା ପାଇଁ କୁହାଯାଇଛି। ପ୍ରତିଯୋଗିତାର ଫଳାଫଳ ଅପ୍ରେଲ ୧୫ ତାରିଖ ଅପରାହ୍ନ ୪ଟା ସମୟରେ ପ୍ରକାଶ ପାଇବ।
ବିଦ୍ୟାର୍ଥୀ ମାନେ ଆଉ ବିଳମ୍ବ ନକରି ନିଜର ସୃଜନଶୀଳତା କୁ କାର୍ଯ୍ୟରେ ଲଗାଇ ପୁରସ୍କୃତ ହୁଅନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।