
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
କୋଭିଡ-୧୯କୁ ନେଇ ସରକାର ଚିନ୍ତାରେ ଥିବା ବେଳେ ଜନସାଧାରଣ ଏହି ବିପଦ ସମୟରେ ସହାୟତା ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି।ଆଜି ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ର ସମସ୍ତ କର୍ମଚାରୀ ଗୋଟିଏ ଦିନର ଦରମା ମୋଟ ୨୦ହଜାର ୨୧୦ଟଙ୍କାର ଚେକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ମାଧ୍ୟମରେ ସମ୍ପାଦକ ଦୀନବନ୍ଧୁ ଗୌଡ଼ ପ୍ରଦାନ କରିଛନ୍ତି।