ବ୍ରହ୍ମପୁର: ବୁଧବାର ସକାଳ ବଡିଭୋରରୁ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ରହୁଥିବା ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟର ଗୋଟିଏ ପରିବାରର ୪ଜଣ ଚାଲି ଚାଲି ନିଗମର ୪୦ନମ୍ବର ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ନୂଆସାହିସ୍ଥିତ ଭଡା ଘରକୁ ଆସିଥିଲେ । ପଡିଶା ଘର ଲୋକେ ଦେଖି ଗ୍ରାମବାସୀଙ୍କୁ ଜଣାଇବାପରେ ଖବର ତୀବ୍ର ବେଗରେ ଗ୍ରାମସାରା ଖେଳିଯାଇଥିଲା । ଗ୍ରାମର କିଛି ଯୁବକ ଉକ୍ତ ଘରକୁ ଯାଇ କେଉଁଠୁ ଆସିଲ ଓ କାହିଁକି ଆସିଲ ପଚାରିବାରୁ ସେମାନେ ଭୁବନେଶ୍ୱରରୁ ଆସିଛନ୍ତି ଓ ସରକାରଙ୍କ ସମସ୍ତ ନୀତି ନିୟମ ପାଳନ କରିବାକୁ ପ୍ରସ୍ତୁତ ବୋଲି ଗ୍ରାମବାସୀଙ୍କୁ କହିଥିଲେ । ଏହାପରେ ଗ୍ରାମର ଯୁବଗୋଷ୍ଠୀ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ଖବର ଦେବାପରେ ଥାନାଧିକାରୀ ସଦଳବଳେ ଗ୍ରାମକୁ ଆସି ଉକ୍ତ ପରିବାର ସହ କୌଣସି ନ ଲୋକ ନମିଶିବା, ଦୂରରେ ରହିବା ସହ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଥାନାଧିକାରୀ ବ୍ରହ୍ମପୁର ତହସିଲଦାର ସୀପକ ପାତ୍ରଙ୍କୁ ଜଣାଇବାପରେ କିଛି ସମୟପରେ ତହସିଲଦାର ଶ୍ରୀ ପାତ୍ର ଗ୍ରାମରେ ପହଞ୍ôଚ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ିଙ୍କୁ ଡାକି ତାଙ୍କ ଘର ସମ୍ମୁଖରେ ୧୪ଦିନିଆ ହୋମ୍ କ୍ୱରାଣ୍ଟାଇନ୍ରେ ରହିବା ପାଇଁ କୋଭିଡ-୧୯ର ସୂଚନା ଫଳକ ମାରିଥିଲେ । ଏହାସହ ଉକ୍ତ ଘରର ସାହି ପଡିଶା ଲୋକଙ୍କୁ ସତର୍କତାର ସହ ରହିବା ପାଇଁ କହିବା ସହ ସ୍ୱାସ୍ଥ୍ୟକର୍ମୀ ଓ ଗ୍ରାମବାସୀଙ୍କୁ ଉକ୍ତ ପରିବାରଙ୍କ ଉପରେ ନଜର ରଖିବାକୁ କହିଥିଲେ । କିଛି ସମୟପରେ ଗ୍ରାମର ଯୁବଗୋଷ୍ଠୀମାନେ ନିଜସ୍ୱ ହାତ ଖର୍ଚ୍ଚରୁ ଉକ୍ତ ପରିବାରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଚାଉଳ, ଡାଲି, ପନିପରିବା, ଆଳୁ, ପିଆଜ, ତେଲ, ଲୁଣ, କ୍ଷୀର ଆଦି ଘରକୁ ଯାଇ ପ୍ରଦାନ କରିଥିଲେ । ତେବେ ଗ୍ରାମବାସୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରିବା ସହ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଥିବାରୁ ଥାନାଧିକାରୀ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଭଳି ଅନ୍ୟ ଜିଲ୍ଲାରୁ ଯେକୌଣସି ବ୍ୟକ୍ତି ନିଜ ଅଞ୍ଚଳକୁ ଆସନ୍ତି ତେବେ ସମ୍ପୃକ୍ତ ଥାନାଧିକାରୀଙ୍କୁ ଜଣାନ୍ତୁ ବୋଲି ଅନୁରୋଧ କରାଯାଉଛି ।

Related Stories
November 22, 2024