ଭୁବନେଶ୍ୱର – ୧୯ ମୁକାବିଲା ପାଇଁ ନିୟୋଜିତ ହେବେ ଆୟୁଷ ଡାକ୍ତର । ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଚିଠି ଲେଖିଛନ୍ତି ।ଏଥିସହ ୧୬୨୦ ଆୟୁଷ ଡାକ୍ତର, ଡାକ୍ତରୀ ଛାତ୍ରଙ୍କୁ କୋଭିଡ୍ ମୁକାବିଲା ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଅଧିକାରୀଙ୍କୁ ଡାକ୍ତରଖାନା, କ୍ୱାରେଂଟାଇନ ସେଂଟର କିମ୍ବା ଅନ୍ୟ କେଉଁ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ । ସେନେଇ, ଜିଲ୍ଲାପାଳ ଏବଂ ଡିଏଏମ୍ଓ ବା ଡିଏଚ୍ଏମ୍ଓଙ୍କ ସହ ପରାମର୍ଶ କରି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ନିଷ୍ପତି ନେବେବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି ।