ଭୁବନେଶ୍ୱର – କଟକର ବିଦ୍ୟାଧରପୁର ଠାରେ ଥିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ପ୍ରସ୍ତାବିତ ଶ୍ରୀ ଶ୍ରୀ କଲେଜ ଅଫ୍ ଆର୍ୟୁବେଦିକ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ହସ୍ପିଟାଲରେ ୩୦୦ ଶଯ୍ୟା ରହିବ । ଏହାଦ୍ୱାରା ରାଜ୍ୟର ଜନ ସାଧାରଣ ବହୁଳ ଭାବରେ ପ୍ରାଚୀନ ଚିକିତ୍ସା ପଦ୍ଧତି ଆର୍ୟୁବେଦ ଦ୍ୱାରା ଉପକୃତ ହୋଇପାରିବେ । ଏଠାରେ ଯୋଗ , ଜୈବିକ ଖାଦ୍ୟ , ସ୍ୱଚ୍ଛ ପରିବେଶ ଆଦି ବ୍ୟବସ୍ଥା ରହିବ । ଏହାଦ୍ୱାରା ଶାରୀରିକ , ମାନସିକ ସ୍ଥିତି ଭଲ ରହିବ । ୫ହଜାର ବର୍ଷର ପାରମ୍ପରିକ ଚିକିତ୍ସା ଆର୍ୟୁବେଦର ଆଧୁନିକୀକରଣ ସେବା ଦିଆଯାଇପାରିବ । ଶ୍ରୀଶ୍ରୀ ବିଶ୍ୱ ବିଦ୍ୟାଳୟର ପ୍ରତିÂାତା ରବି ଶଙ୍କରଙ୍କ ଏହି ଉଦ୍ୟମ ପ୍ରଶଂସନୀୟ । ବର୍ତମାନ ଏହି ବିଶ୍ୱ ବିଦ୍ୟାଳୟ ଉକ୍ରର୍ଷତା ଲାଭ କରିଛି ବୋଲି ସେ କହିଥିଲେ ।
ଓଡିଶା ସରକାର ବହୁ ଦିନରୁ ଆର୍ୟୁବେଦକୁ ସ୍ୱିକୃତୀ ଦେଇଛନ୍ତି । ରାଜ୍ୟରେ ୮୦୦ ଆର୍ୟୁବେଦିକ କ୍ଲିନିକ୍ , ୫ ଆର୍ୟୁବେଦିକ ହସ୍ପିଟାଲ କାର୍ଯ୍ୟକ୍ଷମ ଅଛି । ଢେଙ୍କାନାଳରେ ଏକ ନୂତନ ଆର୍ୟୁବେଦିକ ହସ୍ପିଟାଲ ପ୍ରତିÂା ହେବ । ଓଡିଶାରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ପ୍ରତିÂା ଦ୍ୱାରା ରାଜ୍ୟବାସୀ ଉତମ ମାନର ସ୍ୱାସ୍ଥ୍ୟ ସେବା ପାହଇପାରିବେ ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନ ବୃଦ୍ଧି ପାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।