ନୂଆଦିଲ୍ଲୀ । ଆବଶ୍ୟକ ସାମଗ୍ରୀର ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟକୁ ପତ୍ର ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ।
ସେ ଏହି ପତ୍ରରେ କହିଛନ୍ତି ଯେ ଆବଶ୍ୟକ ବସ୍ତୁ ଅଧିନିୟମ ୧୯୫୫କୁ ଲାଗୁ କରି ଆବଶ୍ୟକୀୟ ସାମଗ୍ରୀର ଉପଲବ୍ଧତାକୁ ରାଜ୍ୟ ସରକାର ମାନେ ସୁନିଶ୍ଟିତ କରନ୍ତୁ । ଏହା ସହ କଳାବଜାରୀ ଓ ମହଜୁଦକାରୀ ମାନଙ୍କୁ ରୋକିବା ସହ ଆବଶ୍ୟକ ବସ୍ତୁ ଉଚିତ ମୂଲ୍ୟରେ କିପରି ଉପଭୋକ୍ତା ମାନେ ପାଇବେ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।