ବାରିପଦା– ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ରସମତଳା ଗ୍ରାମରେ ଚଢ଼ଉ କରାଯାଇ ମଦ ପ୍ରସ୍ତୁତି ନିମନ୍ତେ ରଖାଯାଇଥିବା ୨୨ କ୍ୱିଂଟାଲ ପୋଚ ନଷ୍ଟ କରାଯିବା ସହିତ ଘଟଣାସ୍ଥଳରୁ ୨୦୦ ଲିଟର ଦେଶି ମଦ ଜବତ ହୋଇଛି । ତେବେ ଗିରଫଦାରୀ ଭୟରେ ସମ୍ପୃକ୍ତ ବ୍ୟବସାୟୀ ସେଠାରୁ ଫେରାର୍ ହୋଇଯାଇଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସମସ୍ତ ଦେଶୀ ବିଦେଶୀ ମଦ କାଉଂଟରକୁ ପୂର୍ବରୁ ସିଲ୍ କରାଯାଇଛି । ଏହା ସତ୍ବେ କେତେକ ସ୍ଥାନରେ ବେଆଇନ ଭାବେ ମଦ ବିକ୍ରୀ ଚାଲିଥିବା ଖବର ପାଇ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା ।