ମୁମ୍ବାଇ– ମହାରାଷ୍ଟ୍ରର ବିଭିନ୍ନ ଇଲାକାରେ ୫୦ରୁ ଅଧିକ ତବଲିଗି ମରକଜର ଜମାତି ଛପି ରହିଥିବା ସୂଚନା ପୋଲିସକୁ ମିଳିଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି ଯେ, ସମସ୍ତ ତବଲିଗି ଜମାତି ନିଜକୁ ପୋଲିସ ହାତରେ ହସ୍ତାନ୍ତର କରାନ୍ତୁ । ଯଦି ଏହି ଜମାତିଙ୍କୁ ପୋଲିସ୍ ଖୋଜି ବାହାର କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତରେ ମହାରାଷ୍ଟ୍ରର ୧୪୦୦ ଜମାତି ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୩୫୦ ଜମାତିଙ୍କୁ ଧରି କ୍ୱାରେନଟାଇନରେ ରଖାଯାଇଛି । ଏବେ ସୁଦ୍ଧା ୫୦ ତବଲିଗି ଜମାତ ରାଜ୍ୟରେ ଛପି ରହିଛନ୍ତି । ଏହି ସବୁ ଜମାତି କେଉଁଠି ଛପି ରହି ମୋବାଇଲ ମଧ୍ୟ ସୁଇଚ୍ ଅଫ କରି ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି ଏହି ସବୁ ତବଲିଗିଙ୍କ ତଲାସି ଜାରି ରହିଛି । ଖୁବ୍ ଶୀଘ୍ର ଏମାନଙ୍କୁ ଧରି ପୃଥକ ବାସରେ ରଖାଯିବ । ଏହା ପରେ ଏହି ସବୁ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।