ଅହମଦାବାଦ– ଗୁଜରାଟର ଜାମନଗରରେ ୧୪ ମାସର କରୋନା ପଜିଟିଭ୍ ଶିଶୁର ମୃତ୍ୟୁ ଘଟିଛି । ବହୁବିଧ ଅଙ୍ଗ ଫେଲ୍, ହାର୍ଟ ଓ କିଡନୀ ଫେଲ୍ ହେବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଜାମନଗରର ଦରେଡ ଇଲାକାରେ ଏକ ଶ୍ରମିକ ପରିବାରରର ୧୪ ମାସର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହା ଜାମନଗରରେ ପ୍ରଥମ କରୋନା ପଜିଟିଭ୍ ମାମଲା ଥିଲା । ଚାରି ଦିନ ପୂର୍ବେ ମାତା-ପିତା ଜ୍ୱର, ଥଣ୍ଡା ଓ କାଶର ଲକ୍ଷଣ ମିଳିବା ପରେ ଶିଶୁକୁ ସରକାରୀ ହସ୍ପିଟାଲ ନେଇଥିଲେ । ଡାକ୍ତର ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ । ଏହା ଶିଶୁଟିର ସ୍ଥିତି ବିଗିଡିବା ପରେ ହସ୍ପିଟାଲରେ ଭର୍ତି ହେବା ପରଠୁ ଭେଂଟିଲେଟରରେ ରଖାଯାଇଥିଲା । ଡାକ୍ତର ଶିଶୁକୁ ବଂଚାଇବାକୁ ବହୁତ ପ୍ରୟାସ କରିଥିଲେ । ମାତ୍ର କିଡନୀ ଓ ହାର୍ଟ ଫେଲ୍ ହେବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଅନ୍ୟ ରାଜ୍ୟର ହିନ୍ଦୀ ଭାଷୀ ଲୋକ ମଧ୍ୟ ସେହି ଅଂଚଳରେ ରହୁଛନ୍ତି, ଯେଉଁଠି ଶିଶୁ ରହୁଥିଲା । କୁହାଯାଉଛି ସେଠାରୁ ହିଁ ଶିଶୁଟି କରୋନା ସଂକ୍ରମିତ ହୋଇଛି ।
ଅନ୍ୟପଟେ ଭଦୋଦରାରେ ଆଉ ଏକ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଁଚିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬ ରହିଛି । ଏଥିରୁ ସୁଟରରେ ୨ ଓ ପାଟନାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ରାଜ୍ୟର ୩୩ ଜିଲ୍ଲା ମଧ୍ୟରୁ ୧୭ ଜିଲ୍ଲାରେ କରୋନା ରୋଗୀ ପଞ୍ଜିକୃତ ହୋଇଛନ୍ତି । ରାଜ୍ୟରେ ଛଅ ନୂତନ ମାମଲାରେ ଅହମଦାବାଦ ଓ ରାଜକୋଟରେ ଗୋଟିଏ ଲେଖାଏଁ, ସୁରଟରେ ୩ ଓ ଭଦୋଦରାରେ ୧ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ପ୍ରକାର ରାଜ୍ୟରେ ମୋଟ୍ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୧୭୬ ରହିଛି ଏବଂ ଏ ଯାବତ ୧୬ ଜଣଙ୍କ ମୃତ୍ୟୁ ଘଟିଛି ।
ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜାରଟରେ ମଙ୍ଗଳବାରଠୁ ରାପିଡ୍ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି । ଏହି ଆଧାରରେ ୧୦୦୦ରୁ ଅଧିକ ନମୂନା ପରୀକ୍ଷା କରାଯାଇଛି । ମାତ୍ର ରିପୋର୍ଟ ବୁଧବାର ଆସିବ । ଏହି ପରି ରାପିଡ୍ ପରୀକ୍ଷଣରେ ଜଣା ପଡୁଛି ଯେ, ଶରୀର ଦ୍ୱାରା ଉତ୍ପାଦିତ କୌଣସି ବ୍ୟକ୍ତିଙ୍କ ଆଂଟିବଡି ବାହ୍ୟ ଜୀବାଣୁ ଉପସ୍ଥିତିରେ କରୋନା ସଂକ୍ରମଣ ରହିଛି ନା ନାହିଁ । ଅହମଦାବାଦରେ ୭୦୦ କର୍ମଚାରୀଙ୍କ ଥର୍ମାଲ ସ୍କେନ କରାଯାଇଛି । ହଟସ୍ପଟ ଏରିଆରେ ଏହି ପରୀକ୍ଷଣ ଦ୍ୱାରା କରୋନା ପଜିଟିଭର ବ୍ୟାପକ ଯାଂଚ କରାଯାଉଛି ।