ଧର୍ମଶାଳା– ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ସରକାରଙ୍କ ତରଫରୁ ଲକ୍ ଡାଉନ ଭଳି କଠୋର ନିଷ୍ପତି ନିଆଯିବା ସହିତ ଜନସାଧାରଣଙ୍କୁ ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସାମ୍ଭବ୍ୟ କରୋନା ପୀଡିତଙ୍କୁ କ୍ୱାରେଟାଂଇନ କରାଯିବା ଓ ଯାଜପୁର ଜିଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଶୋଧନ କରାଯାଇ ବ୍ଲିଚିଙ୍ଗ ସିଂଚନ କରାଯାଉଛି । ହେଲେ ଯାଜପୁର ଜିଲା ବ୍ରହ୍ମବରଦାରେ ୪ ତାରିଖ ଦିନ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ଉକ୍ତ ଦିନ କରୋନା ଆକ୍ରାନ୍ତଙ୍କ ଘର ଓ କିଛି ପଡେଶୀଙ୍କ ଘରକୁ ବ୍ଲକ ପ୍ରଶାସନ ପକ୍ଷରୁ ବିଶୋଧନ କରାଯାଇଥିଲା । କରୋନା ପଜିଟିଭ ଆସିବା ପରେ ଅଂଚଳରେ ସମ୍ପୂର୍ଣ୍ଣ ବ୍ରହ୍ମବରଦାକୁ ବିଶୋଧନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଏହି ଅଂଚଳକୁ ବିଶୋଧନ କରାଯାଇ ନାହିଁ । ଅନ୍ୟପକ୍ଷରେ ଯେଉଁ ଅଂଚଳରେ ଆବଶ୍ୟକତା ନାହିଁ ସେହି ଅଂଚଳରେ ବିଶୋଧନ କରାଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ଏହି ଅଂଚଳକୁ ସମ୍ପୂର୍ଣ୍ଣ ବିଶୋଧନ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।
ସେହିପରି ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ମେଡିକାଲ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଗାଁକୁ ବ୍ଲିଚିଙ୍ଗ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି ।