ଧର୍ମଶାଳା– ସମ୍ପ୍ରତି କରୋନା ମୁକାବିଲା ନିମନ୍ତେ ଦେଶ ତଥା ଆମ ରାଜ୍ୟକୁ ବହୁ ଅର୍ଥର ଆବଶ୍ୟକତା ରହିଛି । ଏନେଇ ସହଯୋଗର ହାତ ବଢାଇବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି । ଆଜି ଏହି କ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତର ସମିତିସଭ୍ୟା ମହେଶ୍ୱତା ନାୟକ ତାଙ୍କ ତିନି ମାସର ଦରମା ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କୁ ବ୍ଳକ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସମିତିସଭ୍ୟା ଶ୍ରୀମତି ନାୟକଙ୍କ ଏଭଳି ସେବାମୂଳକ ମନୋଭାବ ପାଇଁ ବିଡ଼ିଓ ଶ୍ରୀ ପରିଡ଼ା ତାଙ୍କୁ ଓ ପଂଚାୟତର ଜନସାଧାରଣଙ୍କୁ ସାଧୁବାଦ ଜଣାଇଛନ୍ତି ।
Related Stories
November 25, 2024