ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୧୧ଜଣ ମାସ୍କ ନପିନ୍ଧି ବଜାର କରିବାକୁ ଆସିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଗତ ୨ଦିନତଳେ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ମାସ୍କ ପିନ୍ଧି ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ପାଦରେ ଚାଲି ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ପାଇଁ ବଜାରକୁ ଆସିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିବା ସହ ଯେଉଁ ବ୍ୟକ୍ତିବିଶେଷ ମାସ୍କ ନ ପିନ୍ଧିବେ ସେମାନଙ୍କ ଠାରୁ ୧ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିବା ପାଇଁ ଘୋଷଣା କରିଥିଲେ । ସୋମବାର ଦିନ ୭ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ମଙ୍ଗଳବାର ଦିନ ୧୧ଜଣଙ୍କ ଠାରୁ ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି ।
Related Stories
November 24, 2024
November 24, 2024