ବ୍ରହ୍ମପୁର: କୁକୁଡାଖଣ୍ଡି ବ୍ଲକ୍ ଅଞ୍ଚଳକୁ ଦେଶ ବାହାରୁ ତଥା ରାଜ୍ୟ ବାହାରୁ ଆସିଥିବା ୧୦ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ସମସ୍ତଙ୍କ ରକ୍ତ ନମୁନାରେ କରୋନା ଭୁତାଣୁ ନେଗେଟିଭ ଆସିଥିବା ଜଣାପଡିଛି । ସୋମବାର ଠାରୁ ଭୁବନେଶ୍ୱରରୁ କୁକୁଡାଖଣ୍ଡି ବ୍ଲକ୍ ଓ ତହସିଲ ଅଞ୍ଚଳକୁ ଆସିଥିବା ୨୭୦ଜଣଙ୍କ ସ୍କିନିଂକରି ସ୍ୱାସ୍ଥ୍ୟ ପରୀକ୍ଷା ସରିଥିବା କୁକୁଡାଖଣ୍ଡି ତହସିଲଦାର ଡା. ଇପ୍ସିତା ପ୍ରୟଦର୍ଶନୀ ମିଶ୍ର ସୂଚନା ଦେଇଛନ୍ତି । ମଙ୍ଗଳବାର ଦିନ ବେନିୟମ ଭାବେ ଗାଡି ଚଳାଉଥିବା ନେଇ ୪ଟି ଗାଡିକୁ ଜବତକରି ଇ-ଚାଲାଣ କରାଯାଇଥିବା ବେଳେ ୨ଜଣ ମାସ୍କ ନପିନ୍ଧି ବାହାରେ ବୁଲୁଥିବା ଦେଖି ସେମାନଙ୍କ ଠାରୁ ୫୦୦ଟଙ୍କା ଲେଖାଏଁ ୧ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଙ୍କୁଶପୁର ଛକରେ ଜୈନିକ ପରିବା ଦୋକାନୀ ସମଦୂରତା ନରକ୍ଷାକରି ବ୍ୟବସାୟ କରୁଥିବାରୁ ତାଙ୍କ ଦୋକାନ ସିଲ୍ କରାଯାଇଛି । ସେହିପରି ହୁଗୁଳାପଟାରେ ଥିବା ଗ୍ରାମଦେବତୀ ମନ୍ଦିରରେ କବାଟ ଖୋଲି ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଯୁବକ ପୂଜାର୍ଚ୍ଚନା କରୁଥିବା ଜାଣି ତହସିଲଦାର ପହଞ୍ôଚବାକ୍ଷଣି ଯୁବକମାନେ ଦୌଡି ପଳାଇଥିବା ବେଳେ ମନ୍ଦିର କବାଟ ପକାଇ ଦୁଇ ସେବକଙ୍କ ନାମରେ ସଦର ଥାନାରେ ମାମଲା ରୁଜୁ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି । ସେହିପରି ବ୍ଲକ୍ ଅଞ୍ଚଳର ବାଘଲଟି ପଞ୍ଚାୟତର ମାଟିଆସାହି ଗ୍ରାମକୁ ପ୍ରଶାସନ ୨ଦିନ ହେଲା ସିଲ୍କରି ରଖିଛି । ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ପ୍ରାୟ ୧୩୦ଜଣ ଶ୍ରମିକ ଶ୍ରେଣୀର ଲୋକେ ଏହି ଗ୍ରାମକୁ ଆସୁଥିବା ଜାଣିପାରି ପ୍ରଶାସନ ଗ୍ରାମକୁ ସିଲ୍ କରିଥିଲା । ରବିବାର ଓ ସୋମବାର ୨ଦିନଧରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଦିନକୁ ୨ଥର ଗ୍ରାମରେ ବୁଲି ସ୍ଥିତି ଅନୁଧ୍ୟାନ କରାଯାଉଥିବା ତହସିଲଦାର ଡାଃ. ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଗ୍ରାମରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପରିବା, କିରାଣୀ, ମେଡିସିନ, ଗୋଖାଦ୍ୟ ଭଳି ସାମଗ୍ରୀ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଛି । ଗ୍ରାମ ପ୍ରବେଶପଥରେ ପୋଲିସ ଅସ୍ଥାୟୀ କ୍ୟାମ୍ପକରି ୨୪ଘଣ୍ଟିଆ ପ୍ରହରା ଦିଆଯାଉଥିବା ବେଳେ ଗ୍ରାମରେ ସ୍ୱାସ୍ଥ୍ୟ ଟିମ୍, ବ୍ଲକ୍ ଓ ତହସିଲ କର୍ମମଚାରୀମାନେ ଉପସ୍ଥିତ ରହିଥିବା ସେ ସୂଚନା ଦେଇଥିଲେ ।

Related Stories
November 24, 2024
November 24, 2024