ଗୌହାଟୀ– କରୋନା ଭାଇରସ ସମ୍ବନ୍ଧରେ ସାଂପ୍ରଦାୟିକ ବୟାନ ଦେଇଥିବା ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଂଟ(ଏଆଇୟୁଡିଏଫ)ର ନେତା ତଥା ଧିଙ୍ଗ ବିଧାନସଭା କ୍ଷେତ୍ରର ବିଧାୟକ ଅମିନୁଲ ଇସଲାମଙ୍କୁ ପୋଲିସ୍ ମଙ୍ଗଳବାର ସକାଳେ ଗିରଫ କରିଛି ।
ଅମିନୁଲ ଇଲଲାମ ଉପରେ ଆରୋପ ଲାଗିଛି ଯେ ସେ ତବଲିଗି ଜମାତକୁ ଜାଣି ଶୁଣି ବଦନାମ କରିବାକୁ ଷଡଯନ୍ତ୍ର ରଚା ଯାଉଛି । ଏହି ସମ୍ବନ୍ଧରେ ସେ ଏକ ଭିଡିଓ ଫେସବୁକରେ ଅପଲୋଡ୍ କରିଥିଲେ । ନଗାଓଁ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସୋମବାର ରାତିରେ ଧିଙ୍ଗ ପୋଲିସ ଷ୍ଟେସନରେ ପୂରା ରାତି ଅମିନୁଲ ଇସଲାମକୁ ପୋଲିସ୍ ଜେରା କରିଥିଲା । ମଙ୍ଗଳବାର ସକାଳେ ପୋଲିସ ଅମିନୁଲକୁ ଗିରଫ କରି ନଗାଓଁ ଜିଲ୍ଲା ପହଁଚିଛି ।
ସୂତ୍ର ମୁତାବକ ଇସଲାମକୁ ଜେରା ପାଇଁ ପୋଲିସ ଗୌହାଟୀ ନେଇ ଯାଇପାରେ । ପୋଲିସ୍ ସୂତ୍ର ମୁତାବକ ଶୀଘ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂରା ମାମଲାର ସୂଚନା ସାର୍ବଜନୀନ କରାଯିବ ।