ବ୍ରହ୍ମପୁର: ଛତ୍ରପୁରସ୍ଥିତ ଗଞ୍ଜାମ ପୁଲିସର ରିଜର୍ଭ ଅଫିସ୍ ଓ ବାରାକ୍ ପରିଦର୍ଶନ କରିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସ୍ପି ବିଜ୍ରେଶ କୁମାର ରୟ । ମଙ୍ଗଳବାର ଉଭୟ ଅଧିକାରୀ ରିଜର୍ଭ ଅଫିସ୍ ଓ ବାରାକ୍ ଅଞ୍ଚଳକୁ ସଫାସୁତୁରା ରଖିବା ସହ ଆବର୍ଜନାମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ଡିଆଇଜି ଭୋଇ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ନେଇ ଜନସଚେତନା ଠାରୁ ଆରମ୍ଭକରି ବର୍ତ୍ତମାନ ଜିଲ୍ଲାରେ ଆଶିଂକ ସଡ୍ ଡାଉନ୍ ଚାଲିଥିବା ପୋଲିସ କର୍ମଚାରୀ କିପରି ସତର୍କ ରହିବେ ସେଥିପ୍ରତି ଦୃଷ୍ଟିଦେବାକୁ କହିଥିଲେ । ସାନିଟାଇଜରର ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଓ ଉପକରଣ ପ୍ରସ୍ତୁତ କରି ରଖିବା ପାଇଁ ରିଜର୍ଭ ଇନ୍ସିସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କରୋନା ପାଇଁ ହୋଇଥିବା ଅସ୍ଥାୟୀ ଚେକ୍ ପୋଷ୍ଟ, ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ ସତର୍କ ରହି କାର୍ଯ୍ୟ କରିବାକୁ କୁହାଯାଇଛି । ସମସ୍ତ ପୋଲିସ କର୍ମଚାରୀମାନେ ଯେପରି ସମଦୂରତା ରହିବେ, ମୁହଁରେ ମାସ୍କ ପିନ୍ଧି କାର୍ଯ୍ୟରେ ଯୋଗଦେବେ ଓ ନିଜ ଅଞ୍ଚଳକୁ କିପରି ସଫା ସୁତୁରା ରଖିବେ ସେଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେବାପାଇଁ ରିଜର୍ଭ ଇନ୍ସିପେକ୍ଟର ଗଙ୍ଗାଧର ଧାଙ୍ଗର୍ଙ୍କୁ କହିଥିଲେ ଓ ବାହାରୁ ଆସୁଥିବା ଗାଡି ଯାଞ୍ଚ ସହ ସେମାନଙ୍କ ସବିଶେଷ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଡିଆଇଜି ଶ୍ରୀ ଭୋଇ ବାରାକ୍ର ସମସ୍ତ କକ୍ଷ ବୁଲିବା ସହ ମହିଳା ପୋଲିସ ଅଧିକାରୀମାନେ ରହୁଥିବା ବିଭିନ୍ନ କକ୍ଷ ବୁଲି ଦେଖିଥିଲେ ଓ କେତେକ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଛି । ଏହି ପରିଦର୍ଶନରେ ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଡିଏସ୍ପି ଉତ୍କଳ କେଶରୀ ଦାଶ, ଅଜୟ କୁମାର ମିଶ୍ରଙ୍କ ସମେତ ବହୁ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।