
ବ୍ରହ୍ମପୁର: ଚିକିଟି ବ୍ଳକ ଲାଲମେଣ୍ଟା ଗ୍ରାମକୁ ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଶ୍ରମିକମାନେ ଭିଟାମାଟିକୁ ଫେରିଥିବା ଖବର ପାଇ ପ୍ରଶାସନ ପହଞ୍ôଚ କରୋନା ବ୍ୟାପିବା ଭୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଗାଁକୁ ସିଲ୍ କରିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ସୋମବାର ୨୪୬ଜଣଙ୍କ ସ୍କ୍ରିନିଂ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ରାତ୍ର ୯ଘଣ୍ଟା ସମୟରେ ଜିଲ୍ଲାପାଳ ଲାଲମେଣ୍ଟାରେ ପହଞ୍ôଚ ସରପଞ୍ଚଙ୍କ ସହ ଆଲୋଚନା କରି ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ । ଶ୍ରମିକମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ସମସ୍ତ ପ୍ରକାର ସୁବିଧା ଉପଲବ୍ଧି କରାଇବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।ଆଜି ସନ୍ଦିଗ୍ଧମାନଙ୍କୁ ଡ଼ାକ୍ତରି ଟିମ୍ ପହଞ୍ôଚ ଫୁଲ ସ୍କ୍ରିନିଂ କରିବା ସହିତ ସ୍ପ୍ରାଙ୍କୁଲାର ସାହାର୍ଯ୍ୟରେ ବିଶୋଧନ ଔଷଧ ସିଞ୍ଚନ କରି ପୋଖରୀ, କୂଅ, ନଳକୂପ ତଥା ଗାଁ ମଝିରେ ବ୍ଳିଚିଂ ପାଉଡ଼ର ଚିକିଟି ଏନ୍ଏସି ତରଫରୁ ସିଞ୍ଚନ କରାଯାଇଥିଲା । ଲାଲମେଣ୍ଟାକୁ ବମିଖାଲରୁ ଆସିବା ପରେ ପୁଣି ଦୁଇଜଣ ଭୁବନେଶ୍ୱର ଗତ ୨ ତାରିଖରେ ଯାଇଥିବା ଖବର ପାଇ ସେମାନଙ୍କୁ ୨ଟି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଟେଷ୍ଟ ପାଇଁ ନେଇ ନେଗେଟିଭ୍ ରିପୋର୍ଟ ଆସିବା ପରେ ଘରେ ଆଣି ଛାଡ଼ି ଦେଇ ଅଲଗାରେ ରହିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି । ମଙ୍ଗଳବାର ଏସ୍.ପି ପିନାକ ମିଶ୍ର ଗ୍ରାମରେ ପହଞ୍ôଚ ସ୍ଥିତି ସମୀକ୍ଷା କରି ବିଡ଼ିଓ ଫାଲଗୁନି ମାଝି, ତହସିଲଦାର ହରପ୍ରସାଦ ଭୋଇ, ଏଟିଓ ଶକ୍ତି ପ୍ରସାଦ ଶ୍ରୀଚନ୍ଦନ, ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ଅଧିକ ସୁରକ୍ଷା ଆବଶ୍ୟକ ହେଲେ ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ପିଇବା ପାଣି ଓଭରହେଡ଼ ଟ୍ୟାଙ୍କରୁ ଟ୍ୟାପରେ ସମସ୍ତଙ୍କୁ ଯୋଗାଇ ୧ ମିଟର ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ସୁରକ୍ଷା ପ୍ରତି ସଚେତନ ହେବାକୁ ଜିଲ୍ଲାପାଳ ପରାମର୍ଶ ମଧ୍ୟ ଦେଇଛନ୍ତି । ଗ୍ରୋସରି ଏବଂ ପରିବା ସାମଗ୍ରୀ ଡ଼ାଲା ଅଟୋ ଯୋଗେ ପ୍ରଶାସନ କ୍ରୟ କରିବା ପାଇଁ ସୁବିଧା ଉପଲବ୍ଧ କରାଇବା ସହ ସୁରକ୍ଷା ନିମନ୍ତେ ପୁଲିସ ମୁତୟନ ରହିଛନ୍ତି ।